ଘରୋଇ କମ୍ପାନୀ କର୍ମଚାରୀଙ୍କ ଇ-ଆପ୍ଲିକେସନ୍ ସୁବିଧାର ଆରମ୍ଭ କଲା କମିଶନରେଟ୍ ପୋଲିସ୍

0 69

ଭୁୁବନେଶ୍ୱର : ଟ୍ୱିନ୍ ସିଟିରେ ଇ-ପରମିଶନ ବ୍ୟବସ୍ଥା ପାଇଁ ଇ-ଆପ୍ଲିକେସନ ଆରମ୍ଭ କରିଛି କମିଶନରେଟ ପୋଲିସ୍ । ଭୁବନେଶ୍ୱର ଓ କଟକରେ କାର୍ଯ୍ୟରତ ଘରୋଇ କମ୍ପାନୀ କର୍ମଚାରୀମାନେ ଏହା ଜରିଆରେ ଇ -ପରମିଶନ ପାଇପାରିବେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଅପରପକ୍ଷରେ ଘରୋଇ ସଂସ୍ଥାଗୁଡ଼ିକରେ କୋଭିଡ-୧୯ ଗାଇଡ୍ ଲାଇନ୍ ସଠିକ୍ ଭାବେ ପାଳନ କରାଯାଉଛି କି ନାହିଁ, ସେନେଇ ଯାଂଚ କରିବାକୁ କମିଶନରେଟ ପୋଲିସ ଅତର୍କିତ ଭାବେ ଚଢ଼ାଉ କରିପାରିବ ।

ଯଦି ଗାଇଡ୍ ଲାଇନ୍ ଉଲଂଘନ ହୋଇଥିବା ନେଇ ପ୍ରମାଣ ମିଳେ ତେବେ ଉକ୍ତ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି । ଅଫିସ ବାହାନାରେ କିଛି ଅମାନିଆ ବାହାରେ ବୁଲୁଛନ୍ତି । ଅମାନିଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏଣିକି ବିନା ପାସରେ ଆଉ କୌଣସି ବ୍ୟକ୍ତି ଅଫିସ୍ ଆଳ ଦେଖାଇ ବୁଲିପାରିବେ ନାହିଁ । ସବୁ ଘରୋଇ ସଂସ୍ଥା କର୍ମଚାରୀ ଏଣିକି ଇ-ପାସ୍ ଦେଖାଇଲେ ଅଫିସ୍ ଯାଇପାରିବେ । ଇ-ପାସ୍ ନଥିଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଇ-ପାସ ପାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଇ-ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପୋଲିସ ପାସ୍ ଦେଉନଥିବାରୁ ଇ-ପରମିଶନ ଜରିଆରେ ଆବେଦନ କରିହେବ । ନିର୍ଦ୍ଦିଷ୍ଟ କେତେ କର୍ମଚାରୀଙ୍କୁ କାମ ପାଇଁ ଅନୁମତି ଦିଆଯିବ । ଇ-ପରମିଶନ ଓ ଆଇ-କାର୍ଡ ଦେଖାଇ ଅଫିସ ଯାଇପାରିବେ କର୍ମଚାରୀ ।

Leave A Reply

Your email address will not be published.