ରାଜ୍ୟ ସରକାର ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ ପାଇଁ ଦେଲେ ନିର୍ଦେଶ

71

ଭୁବନେଶ୍ୱର : ରାଜ୍ୟରେ ବର୍ତମାନ ସମୟରେ ଫିଲ୍ମ କିମ୍ବା କୌଣସି ସିରିଏଲ ସୁଟିଂ ହୋଇପାରିବ ନାହିଁ ବୋଲି ଏସଆରସି କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ନାମା ଜାରୀ କରା ଯାଇଛି । ରାଜ୍ୟରେ ଗତ କିଛି ଦିନ ହେଲା ଲଗାତାର ଭାବରେ ସଂକ୍ରମଣ ବଢୁଥିବା କାରଣରୁ ସଂକ୍ରମଣକୁ ରୋକିବାକୁ ସରକାର ଏହି ନିଷ୍ପତି ନେଇଥିବା କୁହାଯାଇଛି । 

ରାଜ୍ୟ ସରକାରଙ୍କ ନିର୍ଦେଶନାମା ଅନୁସାରେ ସମସ୍ତ ପ୍ରକାର ଇନଡୋର୍ର, ଆଉଟଡୋର ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦ୍ରୁତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସଆରସି ଏହି ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ରାଜ୍ୟରେ ଚାଲିଥିବା ସମସ୍ତ ସୁଟିଂ ଏବେ ବନ୍ଦ ରହିବ । ପରବର୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ସୁଟିଂ ହୋଇପାରିବ ନାହିଁ ।

Comments are closed.