କୋଭିଡ୍ ନିୟମ ଉଲଂଘନ: ବରପକ୍ଷଙ୍କୁ ୧୫ହଜାର ଟଙ୍କା ଜରିମାନା

0 75

ପାରଳାଖେମୁଣ୍ଡି, ୧୬ା୫ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ଏକ ବିବାହ ଉତ୍ସବରେ କୋଭିଡ୍-୧୯ ନିୟମ ଉଲଂଘନ ନେଇ ଗୁରାଣ୍ଡି ଥାନା ତରଫରୁ ବରପକ୍ଷକୁ ୧୫ ହଜାର ଟଙ୍କା ଜରିମାନା ହୋଇଥିବାର ସୂଚନା ମିଳିଛି । ଗତ ୧୪ତାରିଖ ଦିନ ଗୁରାଣ୍ଡି ଥାନା ଅଞ୍ଚଳର ତାଟିପେଟି ଗ୍ରାମରେ ବି.କୁମାରମଣୀକୁଲୁଙ୍କ ବିବାହ ଉତ୍ସବ ସମୟରେ କୋଭିଡ୍ ନିୟମକୁ ଉଲଂଘନ କରାଯାଇ ଏକ ପ୍ରସେଶନ ହୋଇଥିବା ଭିଡିଓ ଭାଇରଲ ହୋଇଥିଲା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସ ମାଜିଷ୍ଟ୍ରେଟ ଭାବେ ଏବଂ ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ତଦନ୍ତ କରିଥିଲେ । ଏଥିରେ କୋଭିଡ୍ ନିୟମ ଉଲଂଘନ ସ୍ପଷ୍ଟ ହୋଇଥିଲା । ତେଣୁ ବରପକ୍ଷ ତଥା ବିବାହ କରିଥିବା ବର ବି.କୁମାରମଣୀକୁଲୁଙ୍କୁ ୧୫ହଜାର ଟଙ୍କା ଜରିମାନା କରାଯାଇଥିଲା । ଆଜି ଏନେଇ ସମ୍ପୃକ୍ତ ବରପକ୍ଷଙ୍କୁ ଜରିମାନା ନେଇ ନୋଟିସ ହୋଇଥିବା ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ଜଣାଇଛନ୍ତି ।

Leave A Reply

Your email address will not be published.