ମହେନ୍ଦ୍ରତନୟା ନଦୀରେ ବୁଡି ଜଣକର ମୃତ୍ୟୁ

0 69

ପାରଳାଖେମୁଣ୍ଡି, ୧୬ା୫ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମାଛମରା ଗ୍ରାମ ନିକଟରେ ଥିବା ମହେନ୍ଦ୍ରତନୟା ନଦୀରେ ବୁଡି ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ନାମ ବି.ବାଳକ୍ରିଷ୍ଣା (୧୮) । ସେ ଆନ୍ଧ୍ର କତ୍ତୁରୁ ଗ୍ରାମରୁ ମାଛମରା ଗ୍ରାମରେ ଅନୁସ୍ଥିତ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗତକାଲି ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଆଜି ସକାଳେ ମହେନ୍ଦ୍ରତନୟା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ କୌଣସି କାରଣରୁ ନିଖୋଜ ହୋଇଯାଇଥିଲେ । ଘଟଣା ନେଇ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ବିଭାଗୀୟ କର୍ମଚାରୀ ଖୋଜାଖୋଜି କରି ମୃତ ଦେହକୁ ଉଦ୍ଧାର କରିଥିଲେ । ଏହି ଘଟଣା ନେଇ ଗୁରାଣ୍ଡି ଥାନାରେ ଏକ ମକଦ୍ଦମା ରୁଜୁ କରାଯାଇଥିବା ଥାନା ଅଧିକାରିଣୀ ମମତା କୁମାରା ପଣ୍ଡା ପ୍ରକାଶ କରି କହିଛନ୍ତି, ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.