ଆନ୍ଧ୍ରରୁ ଛତିଶଗଡ ପାଦଚଲାରେ ଫେରୁଥିବା ୬ଜଣ ଶ୍ରମିକଙ୍କୁ ସହାୟତା

0 66

ପାରଳାଖେମୁଣ୍ଡି, ୧୬ା୫ : ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ସୋମପେଣ୍ଠ ଠାରୁ ଛତିଶଗଡକୁ ପାଦ ଚଲାରେ ଫେରି ଯାଉଥିବା ୬ଜଣ ଶ୍ରମିକଙ୍କୁ ଗଜପତି ପ୍ରଶାସନ ସହାୟତାର ହାତ ବଢାଇଥିବା ସୂଚନା ମିଳିଛି । ଏହି ୬ଜଣ ଶ୍ରମିକଙ୍କ ମଧ୍ୟରୁ ୫ଜଣଙ୍କ ନିଜ ଘର ଛତିଶଗଡର ଜଗଦଲପୁର ଗ୍ରାମରେ ଏବଂ ଜଣେ ଶ୍ରମିକର ଘର ଓଡିଶାର ନବରଙ୍ଗପୁର ଠାରେ । ଏମାନେ ଆନ୍ଧ୍ରର ସୋମପେଣ୍ଠ ଠାରେ ଶ୍ରିମିକ ଭାବେ ନିୟୋଜିତ ଥିଲେ । କରୋନା ଯୋଗୁଁ ଲକ୍ଡାଉନ ଓ ସଟ୍ଡାଉନ୍ ପ୍ରଭାପରେ କାମଧନ୍ଦା ନଥିବାରୁ ନିଜ ନିଜ ଘରକୁ ପାଦଚଲାରେ ଫେରୁଥିଲେ । ଏମାନେ ଗଜପତି ଜିଲ୍ଲାର ଢାମୁଣୀଗାଁ ନାକା ଗେଟ ଦେଇ ଆସୁଥିବା ବେଳେ ଆଜି କାର୍ଯ୍ୟରତ କର୍ମଚାରୀଙ୍କ ଦ୍ୱାରା ଏମାନଙ୍କ ଖବର ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ଠାରେ ପହଞ୍ôଚଥିଲା । ଏହି ୬ଜଣ ପାରଳାଖେମୁଣ୍ଡି ସହର ଦେଇ ପାଦଚଲାରେ ଫେରିଥାନ୍ତେ । ଏମାନଙ୍କୁ ଜିଲ୍ଲା ପ୍ରଶାସନ ବଦାନ୍ୟତା ଦେଖାଇ ସମସ୍ତଙ୍କୁ କୋଭିଡ୍ ଟେଷ୍ଟ କରିଥିଲେ । ଏଥିରେ ସମସ୍ତଙ୍କ ନେଗେଟିଭ ରିପୋର୍ଟ ଆସିଥିଲା । ଆଜି ଏମାନଙ୍କୁ ଖାଦ୍ୟପେୟ ପ୍ରଦାନ କରି ଏସ୍କେସିଜି ସଙ୍ଗରୋଧ କେନ୍ଦ୍ରରେ ବିଶ୍ରାମ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛନ୍ତି । ଏହି ୬ଜଣ ଶ୍ରମିକ ନିଜ ନିଜ ଘରକୁ ଫେରିଯିବା ପାଇଁ ଆବଶ୍ୟକୀୟ ସୁବିଧା କରିବା ପାଇଁ ଜିଲ୍ଲାପ୍ରଶାସନକୁ ଅନୁରୋଧ ଜଣାଇଛନ୍ତି । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୋଟପାଡ ପର୍ଯ୍ୟନ୍ତ କୌଣସି ଏକ ଗାଡିର ବ୍ୟବସ୍ଥା କରି ଛଡାଯିବା ପାଇଁ ଏହି ଶ୍ରମିକମାନେ ଗଜପତି ପ୍ରଶାସନକୁ ଅନୁରୋଧ କରିଛନ୍ତି । ଗଜପତି ଜିଲ୍ଲାପାଳ ଜିଲ୍ଲା ଶ୍ରମ ବିଭାଗକୁ ଆବଶ୍ୟକୀୟ ସୁବିଧା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ଏମାନଙ୍କୁ ଏଠାରୁ ଏକ ସ୍ୱତନ୍ତ୍ର ଗାଡି ଦ୍ୱାରା ଛଡାଯିବା ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.