ରାଜସ୍ୱ ରଥ ଉଦଘାଟିତ

70

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜସ୍ବ ରଥକୁ ଅତିରିକ୍ତ ଜିଲ୍ଳାପାଳ ବିରସେନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ଗ୍ରାମରେ ବୁଲି ଲୋକଙ୍କୁ ରାଜସ୍ବ ବିଭାଗ ତରଫରୁ ରହିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କ ସମସ୍ୟା ଗୁଡିକୁ ବୁଝିବ । ଏହି ଅବସରରେ ମାଲକାନଗିରି ତହସିଲଦାର ଡ଼ଃ, ଗୁଣନିଧି ନାୟକ, ରାଜସ୍ୱ କର୍ମଚାରୀ ଓ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Comments are closed.