ବଡ଼ଶଙ୍ଖରେ ପୋଲିସ – ବ୍ୟବସାୟୀ ଧସ୍ତାଧସ୍ତି : ଧାରଣାରେ ବସିଲେ ବ୍ୟବସାୟୀ

0 65

ପୁରୀ : ପୁରୀ ସହରର ମଧ୍ୟଭାଗ ବଡ଼ଶଙ୍ଖ ନିକଟରେ ଆଜି ପୂର୍ବାହ୍ନରେ ଫଳ ଓ ପରିବା ବ୍ୟବସାୟୀଙ୍କୁ ଘଉଡାଇବା ବେଳେ ପୋଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିଲା । ପୋଲିସ ମାଡରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଏହି ଘଟଣାକୁ ନେଇ ବ୍ୟବସାୟୀ ଓ ତାଙ୍କ ପରିବାର ଲୋକେ ପୋଲିସର ମାଡ ପ୍ରତିବାଦରେ ବଡ଼ଶଙ୍ଖ ଠାରେ ଧାରଣା ଦେଇଥିଲେ । ପୋଲିସ ଓ ବ୍ୟବସାୟୀ ଧସ୍ତାଧସ୍ତି ସମୟରେ ଜଣେ ଗଣମାଧ୍ୟମ ପ୍ରତିନିଧି ମୋବାଇଲରେ ଫଟୋ ଉତୋଳନ କରୁଥିବା ସମୟରେ ପୋଲିସ ଆକ୍ରୋଶର ଶିକାର ହୋଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ଶଙ୍ଖ ଠାରେ ପୋଲିସ ଫୋର୍ସ ଜଗି ରହିଛନ୍ତି ।

Leave A Reply

Your email address will not be published.