ରଥ ଖଳାରେ ନିୟୋଜିତ ଦୁଇ ମହାରଣା ସେବାୟତ କରୋନା ପଜିଟିଭ୍ ଚିହ୍ନଟ

0 72

ପୁରୀ : ରଥ ଖଳାରେ ତିନି ରଥ ନିର୍ମାଣ କରିବା ପାଇଁ ବିଶ୍ୱକର୍ମା ମହାରଣା ମାନେ ନିୟୋଜିତ ହୋଇଛନ୍ତି । ସେମାନଙ୍କୁ ଭକ୍ତ ନିବାସରେ ରଖାଯାଇଛି । ଆଜି ଦୁଇ ଜଣ ମହାରଣା ସେବାୟତ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି । ପଜିଟିଭ୍ ଚିହ୍ନଟ ହୋଇଥିବା ଦୁଇ ମହାରଣା ସେବାୟତଙ୍କୁ ଆଇସୋଲେସନରେ ରଖାଯାଇଛି । ସେମାନେ ଡ଼ାକ୍ତରଙ୍କ ପରାମର୍ଶ ଔଷଧ ସେବନ କରୁଛନ୍ତି । ରଥ କାମ ପୂର୍ବରୁ ସମସ୍ତ ମହାରଣା ସେବାୟତଙ୍କ କରୋନା ଟେଷ୍ଟ କରାଯିବା ସହ ସେମାନଙ୍କ ମଧ୍ୟରୁ ଅଧିକାଂଶ ଟୀକା ନେଇଥିଲେ । ତେବେ ଆଜି ରଥ ନିର୍ମାଣ କାର୍ଯ୍ୟ ଯଥାବିଧି ଚାଲୁ ରହିଛି ।

Leave A Reply

Your email address will not be published.