ଓଡ଼ିଶାକୁ ବାତ୍ୟା ‘ୟଶ୍’ ଭୟ

70

-୨୫ରୁ ଓଡ଼ିଶା ଉପକୂଳରେ ବର୍ଷା
-୨୬ରେ ଓଡ଼ିଶା-ପଶ୍ଚିମବଙ୍ଗ ଛୁଇଁବ
-୨୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ସମ୍ଭାବ୍ୟ ବାତ୍ୟା ‘ୟଶ୍’ର ମୁକାବିଲା ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଓଡ୍ରାଫ୍, ଏନ୍ଡିଆର୍ଏଫ୍, ଓଡ଼ିଶା ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ସହ କିଭଳି ବାତ୍ୟାର ମୁକାବିଲା କରାଯିବ ସେନେଇ ସେ ଆଲୋଚନା କରିଛନ୍ତି । ଏଥିସହ ସେ ୧୦ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ ପିଙ୍କ ସହିତ ସମ୍ଭାବ୍ୟ ବାତ୍ୟା ନେଇ ଆଲୋଚନା କରିଛନ୍ତି । ଆଶ୍ରୟସ୍ଥଳୀ ଏବଂ ବିଭିନ୍ନ ରିଲିଫ୍ ସାମଗ୍ରୀ ମହଜୁଦ୍ କରି ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ‘ୟଶ୍’ । କିନ୍ତୁ ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିବ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କେବଳ ଏତିକି ଜଣାପଡ଼ିଛି ୨୬ ତାରିଖ ସନ୍ଧ୍ୟାରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ପାଖରେ ପହଞ୍ଚିବ । ଅର୍ଥାତ ଓଡ଼ିଶା ଉପକୂଳ ଅତିକ୍ରମ କରୁ କି ନକରୁ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କିନ୍ତୁ ପଡ଼ିବ । ୨୫ ତାରିଖ ରାତିରୁ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବା ନେଇ ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତୀୟ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁଯାୟୀ ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ୨୫ ତାରିଖ ସୁଦ୍ଧା ବାତ୍ୟାର ରୂ ନେବ । ବାତ୍ୟାରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ୨୬ ତାରିଖ ସନ୍ଧ୍ୟାରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଏହା ପହଞ୍ଚିବ । କିନ୍ତୁ କେଉଁ ଅଞ୍ଚୂଳରେ କେଉଁ ସମୟରେ ୱେଦର ପାଣିପାଗ ସଂସ୍ଥାନ ପକ୍ଷରୁ କୁହାଯାଇଛି ଆସନ୍ତା ସପ୍ତାହ ଆରମ୍ଭରୁ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଛି । ଏହି ବାତ୍ୟା ଯୋଗୁଁ ଓଡ଼ିଶାରୁ ବାଂଲାଦେଶ ଏବଂ ଦକ୍ଷିଣ-ପଶ୍ଚିମ ମିଆଁମାର ପ୍ରଭାବିତ ହେବ । କିନ୍ତୁ ୱିଙ୍ଗଡଟ୍କମ୍ ପାଣିାଗ ସଂସ୍ଥା ଅନୁସାରେ ଏହା ଚାନ୍ଦବାଲି-ବାଳେଶ୍ୱର-ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ଏବଂ ୨୬ ତାରିଖ ରାତି ୧୧ଟା ପରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ । ମେ’ ୨୭ ତାରିଖ ସକାଳ ୫ଟା ବେଳକୁ ଏମାନଙ୍କର ଆକଳନ ଅନୁସାରେ ବାତ୍ୟାର ଅଖି ସ୍ଥଳଭାଗ ଅତିକ୍ରମ କରିସାରିଥିବ ଏବଂ ବେତନଟି ଓ ବାରି ଦା ଦେଇ ଗତି କରିଯିବ । ଅନ୍ୟପକ୍ଷରେ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତ ଓ ବାତ୍ୟାରେ ପରିଣତ ହେବ । କିନ୍ତୁ ଏହା ଭାରତ ନୁହେଁ ମିଆଁମାର ଉପକୂଳ ମୁହାଁଇପାରେ ବୋଲି କୁହାଯାଇଛି ।

ମେ’ ୨୪ରୁ ୨୭ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅର୍ଥାତ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ୨୫ ତାରିଖ ରାତି ଠାରୁ ଊପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ପରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବ । ୨୩ ତାରିଖ ବେଳକୁ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ରହିବ । ବାତ୍ୟା ‘ୟଶ୍’ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବା ବେଳକୁ ପବନର ତୀବ୍ରତା ଆହୁରି ବଢ଼ିଯିବ । ତେଣୁ ମତ୍ସ୍ୟଜୀବୀଙ୍କୁ ୨୩ ତାରିଖରୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଅତିକ୍ରମ କରିବ ଏବଂ ଏହାର ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହୋଇନାହିଁ । ଲଘୁଚାପ ଅବପାତରେ ପରିଣତ ହେବା ପରେ ଅର୍ଥାତ ୨୩, ୨୪ ତାରିଖ ବେଳକୁ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ଆକ୍ୟୁ ୱେଦର ପାଣିପାଗ ସଂସ୍ଥାନ ପକ୍ଷରୁ କୁହାଯାଇଛି ଆସନ୍ତା ସପ୍ତାହ ଆରମ୍ଭରୁ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଛି । ଏହି ବାତ୍ୟା ଯୋଗୁଁ ଓଡ଼ିଶାରୁ ବାଂଲାଦେଶ ଏବଂ ଦକ୍ଷିଣ-ପଶ୍ଚିମ ମିଆଁମାର ପ୍ରଭାବିତ ହେବ । କିନ୍ତୁ ୱିଙ୍ଗଡଟ୍କମ୍ ପାଣିାଗ ସଂସ୍ଥା ଅନୁସାରେ ଏହା ଚାନ୍ଦବାଲି-ବାଳେଶ୍ୱର- ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ଏବଂ ୨୬ ତାରିଖ ରାତି ୧୧ଟା ପରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ । ମେ’ ୨୭ ତାରିଖ ସକାଳ ୫ଟା ବେଳକୁ ଏମାନଙ୍କର ଆକଳନ ଅନୁସାରେ ବାତ୍ୟାର ଅଖି ସ୍ଥଳଭାଗ ଅତିକ୍ରମ କରିସାରିଥିବ ଏବଂ ବେତନଟି ଓ ବାରି ଦା ଦେଇ ଗତି କରିଯିବ ।

ଅନ୍ୟପକ୍ଷରେ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତ ଓ ବାତ୍ୟାରେ ପରିଣତ ହେବ । କିନ୍ତୁ ଏହା ଭାରତ ନୁହେଁ ମିଆଁମାର ଉପକୂଳ ମୁହାଁଇପାରେ ବୋଲି କୁହାଯାଇଛି । ମେ’ ୨୪ରୁ ୨୭ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅର୍ଥାତ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ୨୫ ତାରିଖ ରାତି ଠାରୁ ଊପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ପରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବ । ୨୩ ତାରିଖ ବେଳକୁ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ରହିବ । ବାତ୍ୟା ‘ୟଶ୍’ ଓଡ଼ିଶା ଉପକୂଳ ନିକଟରେ ପହଞ୍ôଚବା ବେଳକୁ ପବନର ତୀବ୍ରତା ଆହୁରି ବଢ଼ିଯିବ । ତେଣୁ ମତ୍ସ୍ୟଜୀବୀଙ୍କୁ ୨୩ ତାରିଖରୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

Comments are closed.