ଦିଲ୍ଲୀରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ ୪୫ ମୃତ

65

ନୂଆଦିଲ୍ଲୀ : କରୋନା ଭୂତାଣୁର ଦ୍ୱିତୀୟ ଲହର ସହ ମୁକାବିଲା କରୁଥିବା ଦିଲ୍ଲୀରେ ବ୍ଲାକ ଫଙ୍ଗସ୍ ଆତଙ୍କ ସୃଷ୍ଟି କରିଛି । ଅନେକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏହି ରୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ଦିଲ୍ଲୀର ମୂଳଚନ୍ଦ ହସ୍ପିଟାଲରେ ୧୬ ମେ’ରେ ଆସିଥିଲା ଏହି ମାମଲା । ଏନେଇ ହସ୍ପିଟାଲର ଡାକ୍ତର ଭଗବାନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ମେରଠ ବାସିନ୍ଦା ୩୭ ବର୍ଷୀୟ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଥିଲେ । ତାଙ୍କ ଶରୀରରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ମଧ୍ୟ ଥିଲା । କରୋନା ପଜିଟିଭ୍ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ସେ ଘରେ ଚିକିତ୍ସିତ ହେଉଥିଲେ । ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତିଜଣଙ୍କ ପରବର୍ତ୍ତୀ ସମୟରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ବହୁ ପ୍ରଚେଷ୍ଟା ପରେ ବି ତାଙ୍କ ମୃତ୍ୟୁ ହୋଇଯାଇଛି ।

ମୂଳଚନ୍ଦ ହସ୍ପିଟାଲ ବ୍ୟତୀତ ଦ୍ୱିଲ୍ଲୀର ଅନ୍ୟ ହସ୍ପିଟାଲରେ ଅନେକ ବ୍ଲାକ୍ ଫଙ୍ଗସ୍ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ୪୦ ବ୍ଲାକ୍ ଫଙ୍ଗସ୍ ରୋଗୀ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ମ୍ୟାକ୍ସ ହସ୍ପିଟାଲରେ ୨୫ ଜଣ, ଏମ୍ସରେ ୧୫-୨୦ ମାମଲା ଥିବା ମୂଳଚନ୍ଦ ଜଣେ ଆକ୍ରାନ୍ତ ଥିବା ଜଣାପଡ଼ିଛି । କିନ୍ତୁ ମୂଳଚନ୍ଦ ହସ୍ପଟାଲରେ ପ୍ରାଣ ହରାଇଥିବା ରୋଗୀଙ୍କ ସମ୍ପର୍କରେ ଡାକ୍ତର କହିଛନ୍ତି ୧୬ ମେ ହସ୍ପିଟାଲ ଆସିଥିଲେ ରୋଗୀ । ବ୍ଲାକ୍ ଫଙ୍ଗସ୍ ଯୋଗୁ ମୃତ୍ୟୁ ହାର ବଢ଼ୁଥିବା ବେଳେ ଏହା ବିଶେଷ ଭାବେ ରୋଗୀଙ୍କ ଆଖିକୁ ପ୍ରଭାବିତ କରୁଛି ବୋଲି ଡାକ୍ତର ଭଗବାନ କହିଛନ୍ତି । କରୋନାର ଦ୍ୱିତୀୟ ଲହର ସମୟରେ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହେଉଛନ୍ତି । ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ସମେତ ଅନ୍ୟ କିଛି ରାଜ୍ୟରେ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକର ବେଙ୍ଗାଲୁରୁରେ ୧୫ ଦିନରେ ୭୫ ମାମଲା ମିଳିଥିବା ବେଳେ ରାଜସ୍ଥାନରେ ଏହି ରୋଗ ଯୋଗୁ ଅନେକଙ୍କ ଜୀବନ ଗଲାଣି ।

Comments are closed.