ରାଜ୍ୟରେ ଗୋଟିଏ ଦିନରେ ୧୧୪୯୮ କରୋନା ଆକ୍ରାନ୍ତ ଚିହ୍ନଟ , ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫୫୮୯୯

Palakkad: Healtworker wearing PPE kits collect swab sample of people for the COVID-19 test at a collectorate conference hall, in Palakkad, Monday, July 27, 2020. (PTI Photo) (PTI27-07-2020_000205B)
65

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୧୪୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫୫୮୯୯ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୪୬୬୩୧ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୧୦୬୮୧୨ ରହିଛି । ଆଜି ଚିହ୍ନଟ ହୋଇଥିବା ୧୧୪୯୮ ଜଣଙ୍କ ମଧ୍ୟରୁ ୬୪୩୯ ଜଣ ସଂଗରୋଧରୁ ହୋଇଥିବା ବେଳେ ୫୦୫୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି ।

ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୪୯୭ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୮୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୨୪ ଜଣ, ବରଗଡ଼ରୁ ୩୯୫ ଜଣ, ଭଦ୍ରକରୁ ୧୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରୁ ୨୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୩୧୩, କଟକରୁ ୧୧୦୭ ଜଣ, ଦେବଗଡ ଜିଲ୍ଲାରୁ ୧୧୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୫୧ ଜଣ, ଗଜପତି ଜିଲ୍ଲାରୁ ୮୬ , ଗଞ୍ଜାମରୁ ୨୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୩୨୫ ଜଣ, ଯାଜପୁରରୁ ୩୭୮ ଜଣ, ଝାରସୁଗୁଡ଼ାରୁ ୨୪୭ ଜଣ, କଳାହାଣ୍ଡିରୁ ୨୦୫ ଜଣ, କନ୍ଧମାଳ ଜିଲ୍ଲାରୁ ୧୦୧ ଜଣ. କେନ୍ଦ୍ରାପଡ଼ାରୁ ୨୦୪ ଜଣ, କେନ୍ଦୁଝରରୁ ୧୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୪୯୭ ଜଣ, କୋରାପୁଟରୁ ୨୬୬ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୫୩୮ ଜଣ, ନବରଙ୍ଗପୁରରୁ ୩୪୬ ଜଣ, ନୟାଗଡ଼ରୁ ୩୮୨ ଜଣ, ନୂଆପଡ଼ାରୁ ୧୫୨ ଜଣ, ପୁରୀରୁ ୪୨୪ ଜଣ, ରାୟଗଡ଼ାରୁ ୨୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୩୯୩ ଜଣ, ସୋନପୁରରୁ ୨୨୭ ଜଣ, ସୁନ୍ଦରଗଡ଼ରୁ ୭୦୩ ଜଣ ଓ ଷ୍ଟେଟ୍ ପୁଲରୁ ୨୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.