ଦୁଇଟି ସ୍ଥାନରେ ବାହାଘର ଭୋଜି ବନ୍ଦ କଲେ ତହସିଲଦାର, ୧୧ ହଜାର ଜୋରିମାନା ଆଦାୟ

69

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର ପଥରପୁଂଜି ଗ୍ରାମରେ କୋଭିଡ୍ ଆଇନକୁ ଜଳାଞ୍ଜଳି ଦେଇ ବାହାଘର ଭୋଜି ହେଉଥିବା ଖବର ପାଇ ଶେରଗଡ ତହସିଲଦାର ଦୟାସିଂଧୁ ପରିଡା ସଦଳବଳେ  ଘଟଣାସ୍ଥଳରେ ପହଞ୍ଚି ଭୋଜିକୁ ବନ୍ଦ କରିବା ସହ ରନ୍ଧା ଖାଦ୍ୟକୁ ଗାଁର ଘରକୁ ଘର ନେଇ ବଣ୍ଟନର ବ୍ୟବସ୍ଥା କରିଥିଲେ । ଭୋଜିର ଆୟୋଜକ ଭବାନୀ ଗୌଡଙ୍କ ଠାରୁ ପାଂଚ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି ।

ସେହିପରି ଶେରଗଡ ବ୍ଲକର ପଥରପୁଂଜି ଗ୍ରାମରେ ଆଉ ଏକ ବାହାଘର ଭୋଜିକୁ ବନ୍ଦ କରିଛନ୍ତି ଶେରଗଡ ତହସିଲଦାର । ଖବର ପାଇ ଶେରଗଡ ତହସିଲଦାର ଦୟାସିଂଧୁ ପରିଡା ଓ ଥାନା ଅଧିକାରୀ ମମତା ସାମନ୍ତରାୟ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଭୋଜିକୁ ବନ୍ଦ କରିବା ସହ ଆୟୋଜକ ଧୋବା ସ୍ୱାଇଁଙ୍କ ଠାରୁ ଛଅ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି ଓ ରନ୍ଧା ଖାଦ୍ୟକୁ ଗ୍ରାମର ବିଭିନ୍ନ ପରିବାରଙ୍କୁ ବଣ୍ଟନ କରାଯାଇଛି । ଏହି ଦୁଇଟି ସ୍ଥାନରୁ ମାେଟ୍ ୧୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

Comments are closed.