ରଥ ଖଳା ହାଲଚାଲ୍ : ତୁମ୍ବ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

75

ପୁରୀ : ରଥଖଳାରେ ଆଜି ପଚଂମ ଦିନରେ ତିନି ରଥର ବ୍ୟବହୃତ ହେବାକୁ ଥିବା ୪୨ଟି ତୁମ୍ବ ମଧ୍ୟରୁ ୬ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ୪୨ଟି ତୁମ୍ବ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୬ ଟି ତୁମ୍ବ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ୧୪ଟି ତୁମ୍ବ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୧୨ ଟି ତୁମ୍ବ ବ୍ୟବହୃତ ହେବ । ପ୍ରଥମେ ତୁମ୍ବ କାର୍ଯ୍ୟ ପରେ ଅର ବାଡ଼ିଆ ଓ ପଇ ପରେ ରଥ ଲାଗିବାକୁ ଥିବା ଚକ ଗୁଡିକ ପ୍ରସ୍ତୁତ ହେବ । ରଥ କାର୍ଯ୍ୟରେ ନିୟୋଜିତ ସେବକ ମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି । ରଥ ଖଳାରେ ସାନିଟାଇଜର୍ ବ୍ୟବସ୍ଥା କରାଯାଇଛି । ରଥ କାର୍ଯ୍ୟରେ ନିୟୋଜିତ ସମସ୍ତ ସେବକ ମାସ୍କ ପିନ୍ଧି କୋଭିଡ଼୍ କଟକଣାକୁ ଅନୁପାଳନ କରି କାର୍ଯ୍ୟ ଜାରୀ ରଖିଛନ୍ତି ।

Comments are closed.