ସପ୍ତାହକୁ ୨ ଦିନ ଚାଲିବ ଭୁବନେଶ୍ୱର -ନୂଆଦିଲ୍ଲୀ ଟ୍ରେନ୍

71

ଭୁବନେଶ୍ୱର : କୋଭିଡ଼୧୯ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ କମ ପୃଷ୍ଠପୋଷକତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରୁ ଛାଡୁଥିବା/ଚଳାଚଳ କରୁଥିବା କେତେକ ଦୂରଗାମୀ ଟ୍ରେନ ସହିତ ସ୍ଥାନୀୟ ମେମୁ / ପାସେଞ୍ଜର ଟ୍ରେନ୍ ବାତିଲ କରିବାକୁ ନିଷ୍ପତି ନିଆଯାଇଛି । ଭୁବନେଶ୍ୱରରୁ ନୂଆଦିଲ୍ଲୀ କୁ ଯାତ୍ରା କରୁଥିବା ରାଜଧାନୀ ବିଶେଷ ଟ୍ରେନ୍ ଗୁଡିକ ମଇ ମାସ ଶେଷ ପର୍ଯ୍ୟନ୍ତ ସପ୍ତାହକୁ ସବୁଦିନ ପରିବର୍ତେ ଦୁଇଦିନ ଚଳାଚଳ କରିବ । ୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସ୍ପେସାଲ ଭାୟା ଟାଟା ମଇ ୨୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ମଙ୍ଗଳବାର ମାନଙ୍କରେ ନୂଆଦିଲ୍ଲୀ ଯାତ୍ରା କରିବ । ଫେରିବା ମାର୍ଗରେ ୦୨୮୨୪ ନୂଆ ଦିଲ୍ଲୀ-ଭୁବନେଶ୍ୱର ଭାୟା ଟାଟା ମଇ ମାସ ୨୨ ତାରିଖ ଠାରୁ ଜୁନ ମାସ ପହିଲା ମଧ୍ୟରେ କେବଳ ବୁଧବାର ମାନଙ୍କରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିବ । ଅବଶିଷ୍ଟ ଦିନ ମାନଙ୍କରେ ଏହି ଟ୍ରେନ ନୂଆ ଦିଲ୍ଲୀ ଠାରୁ ଭୁବନେଶ୍ୱରକୁ ବାତିଲ ରହିବ । ୦୨୮୨୫/୦୨୮୨୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସ୍ପେଶାଲ ଭାୟା ଆନ୍ଧ୍ର ଓ ଭୁବନେଶ୍ୱର ଠାରୁ କେବଳ ରବିବାର ଦିନ ଏବଂ ନୂଆ ଦିଲ୍ଲୀରୁ କେବଳ ସୋମବାର ଦିନ ଚଳାଚଳ କରିବ । ଏହି ଟ୍ରେନ୍ ୨୬ ମଇ ଦିନ ଭୁବନେଶ୍ୱରରୁ ଏବଂ ୨୮ ମଇ ୨୦୨୧ ଦିନ ନୂଆଦିଲ୍ଲୀରୁ ବାତିଲ ରହିବ । ୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସ୍ପେସାଲ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା ମଇ ମାସ ୨୨ ଓ ୨୯ ତାରିଖ ଦିନ ଭୁବନେଶ୍ୱରରୁ ଏବଂ ମଇ ମାସ ୨୩ ଓ ୩୦ ତାରିଖ ଦିନ ନୂଆଦିଲ୍ଲୀରୁ ବାତିଲ ରହିବ ।

ଏହା ବ୍ୟତୀତ ୦୨୮୮୨/୦୨୮୮୧ ଭୁବନେଶ୍ୱର-ପୁଣେ-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ ୨୫ ମଇରେ ଏବଂ ପୁଣେରୁ ୨୭ ମଇ ରେ ବାତିଲ୍ ରହିବ ।୦୨୦୯୭/୦୨୦୯୮ ଭୁବନେଶ୍ୱର-ଜୁନାଗଡ଼ ରୋଡ୍‌-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ ୨୧ ରୁ ୩୧ ମଇ ମଧ୍ୟରେ ଏବଂ ଜୁନାଗଡ଼ ରୋଡ୍ ଠାରୁ ୨୨ ମଇରୁ ୧ ଜୁନ୍ ମଧ୍ୟରେ ବାତିଲ୍ ରହିବ । ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ ୨୧ ମଇରୁ ୩୧ ମଇ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ ।୦୮୩୦୧/୦୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ପେଶାଲ୍ ୨୧ ମଇରୁ ୩୧ ମଇପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ ।୦୨୮୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ୨୧ ରୁ ୩୧ ମେ ପର୍ଯ୍ୟନ୍ତ ଏବଂ ବାଙ୍ଗିରିପୋସିରୁ ୨୨ ମଇରୁ ୧ ଜୁନ୍ ପର୍ଯ୍ୟନ୍ତ ବାତିଲ ରହିବ । ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ୍ ଉଭୟ ପାର୍ଶ୍ୱରୁ ୨୧ ମଇରୁ ୩୧ ମଇ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ ।

Comments are closed.