ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୨୭ ଜଣଙ୍କର ମୃତ୍ୟୁ

67

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୨୭ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୪୩୦ ହୋଇ ଯାଇଛି । 

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟ ଅନୁସାରେ ଗତ ୨୪ ଘଂଟା ଖୋର୍ଧା ଓ କୋରାପୁଟ ଜିଲ୍ଲାରେ ୪-୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେହିପରି ନୂଆପଡା, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରେ ୩-୩ ଜଣ ତଥା ବାଲେଶ୍ୱର, ବରଗଡ, ବଲାଙ୍ଗୀର ବୌଦ୍ଧ, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି ।

Comments are closed.