ରାଜ୍ୟରେ ଗୋଟିଏ ଦିନରେ ୧୨୫୨୩ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୮୪୨୨

59

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ  ୧୨୫୨୩ ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୬୬୮୪୨୨    କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଟ୍ୱିଟ କରି  ସୂଚନା ଦିଆ  ଯାଇଛି ।  ରାଜ୍ୟରେ ବର୍ତମାନ ସୁଦ୍ଧା ୫୫୬୫୦୧     ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ   ସକ୍ରିୟ ୧୦୯୪୩୮  ରହିଛି । ଆଜି ଚିହ୍ନଟ ହୋଇଥିବା ୧୨୫୨୩ ଜଣଙ୍କ ମଧ୍ୟରୁ   ୭୦୧୨  ଜଣ ସଂଗରୋଧରୁ ହୋଇଥିବା ବେଳେ ୫୫୧୧  ଜଣ ସ୍ଥାନୀୟ ଲୋକ ବୋଲି  ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି  ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ  ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା  ଜିଲ୍ଲାରେ ସବୁଠାରୁ ଅଧିକ   ୧୮୪୨    ଜଣ  କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ  ୯୩୦  ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୧୦ ଜଣ, ବରଗଡ଼ରୁ ୩୧୫ ଜଣ, ଭଦ୍ରକରୁ ୧୭୭  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୨୯୬  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ  ଜିଲ୍ଲାରୁ ୩୬୫,  କଟକରୁ ୧୦୮୪  ଜଣ,  ଦେବଗଡ ଜିଲ୍ଲାରୁ ୧୦୬  ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩୨ ଜଣ, ଗଜପତି ଜିଲ୍ଲାରୁ ୫୩ , ଗଞ୍ଜାମରୁ ୩୬୯   ଜଣ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୩୨୫  ଜଣ, ଯାଜପୁରରୁ ୪୧୯ ଜଣ, ଝାରସୁଗୁଡ଼ାରୁ ୩୭୩  ଜଣ, କଳାହାଣ୍ଡିରୁ ୪୯୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୦୦ ଜଣ.  କେନ୍ଦ୍ରାପଡ଼ାରୁ ୧୯୫  ଜଣ, କେନ୍ଦୁଝରରୁ ୨୩୨  ଜଣ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ଖୋର୍ଦ୍ଧାରୁ ୧୮୪୨  ଜଣ, କୋରାପୁଟରୁ ୨୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୭୩  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୫୪୬ ଜଣ, ନବରଙ୍ଗପୁରରୁ ୩୮୩ ଜଣ, ନୟାଗଡ଼ରୁ ୩୧୫ ଜଣ, ନୂଆପଡ଼ାରୁ ୧୨୯ ଜଣ, ପୁରୀରୁ ୫୬୮  ଜଣ, ରାୟଗଡ଼ାରୁ ୩୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ସମ୍ବଲପୁରରୁ ୪୦୦ ଜଣ, ସୋନପୁରରୁ ୨୦୨ ଜଣ, ସୁନ୍ଦରଗଡ଼ରୁ ୭୧୫ ଜଣ ଓ ଷ୍ଟେଟ୍ ପୁଲରୁ ୩୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.