କୋଭିଡ୍ ପରୀକ୍ଷାକୁ ନେଇ ଆଶାଦିଦିଙ୍କୁ ଘେରିଲେ ଗ୍ରାମବାସୀ

0 52

ପାରଳାଖେମୁଣ୍ଡି : ସାରା ରାଜ୍ୟରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଥିବା ବେଳେ ପ୍ରଶାସନ, ଆଶାଦିଦି, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ,ମାନଙ୍କୁ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସେମାନଙ୍କ ଉପରେ ଯେତେବେଳେ ଆକ୍ରମଣ ହେଉଛି ସେତେବେଳେ ବ୍ଲକ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ ରାଇସିଂ ଗ୍ରାମରେ । କିଛି ଦିନ ତଳେ ଏହି ଗ୍ରାମରେ ଏକ ଭୋଜିର ଆୟୋଜନ ହୋଇଥିଲା । ଭୋଜି ସାରିବାପରେ ଉକ୍ତ ଗ୍ରାମର ଆଶାଦିଦି ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭୋଜିରେ ଉପସ୍ଥିତ ରହିଥିବା ଅତିଥିମାନଙ୍କ କୋଭିଡ ପରୀକ୍ଷା କରିଥିଲେ । ସେଥି ମଧ୍ୟରୁ ୯ଜଣ କୋରନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହି ଘଟଣାକୁ ନେଇ ଗ୍ରାମର କିଛି ଖଳ ପ୍ରକୃତିର ଲୋକେ ଆଶାଦିଦିଙ୍କୁ ଘେରାଉ କରି ତୁମେ କାହିଁକି ଯାଞ୍ଚ ଟିମ୍କୁ କୋଭିଡ ପରୀକ୍ଷା ନିମନ୍ତେ ଜଣାଇଲ । ସେମାନେ ଆମକୁ କୋଭିଡ୍ ମେଡିକାଲ ନେଇ ମାରିଦେବେ ବୋଲି ସମ୍ପୃକ୍ତ ଆଶାଦିଦିଙ୍କ ନିଜସ୍ୱ ଘରେ ଲୋକେ ଘେରାଉ କରିବା ସହ ଆଶାଦିଦିଙ୍କର ଲ୍ୟାଣ୍ଡଫୋନଟିକୁ ବାଡେଇ ଭାଙ୍ଗି ଦେଇଥିଲେ । ଖବର ପାଇ ମୋହନା ପୁଲିସ ପହଞ୍ôଚଲୋକଙ୍କୁ ବୁଝାସୁଝା କରି ଫେରାଇ ଥିବା ବେଳେ କୋଭିଡ ପରିଚାଳନା ଟିମ୍ର ମୁଖ୍ୟ ଡାକ୍ତରଏମ୍. ଶିବରାମ, ବିପିଏମ୍ ବିଭୂପ୍ରସାଦ କର ରାଇସିଂ ଗ୍ରାମରେ ପହଞ୍ôଚ ଆଶାଦିଦିଙ୍କୁ ସାକ୍ଷାତ କରି ଘଟଣାର ସମସ୍ତ ଅନୁଧ୍ୟାନ କରି ଫେରିଛନ୍ତି । ଏ ସମ୍ପର୍କରେ ମୋହନା ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି ।

Leave A Reply

Your email address will not be published.