ଓଡିଶା ପାଇଁ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କଲେ ମୋଦି

0 64

ଭୁବନେଶ୍ୱର : ଓଡିଶା ପାଇଁ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶୁକ୍ରବାର ଦିନ ଓଡିଶାରେ ବାତ୍ୟା ୟସ୍ ଜନିତ କ୍ଷୟକ୍ଷତି ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ପିଏମଓରୁ ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା କ୍ଷତିଗ୍ରସ୍ତ ଓଡିଶା , ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ପ୍ରଧାନମନ୍ତ୍ରୀ ମୋଦି ମୋଟ ହଜାରେ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେଥିରୁ ଓଡିଶା ପାଇଁ ୫୦୦ କୋଟି ରହିଥିବା ବେଳେ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ୫୦୦ କୋଟି ରହିଛି । ଅପରପକ୍ଷରେ କ୍ଷୟକ୍ଷତି ଆକଳନ ପାଇଁ ଆନ୍ତଃମନ୍ତ୍ରଣାଳୟ ଟିମ୍ ଓଡିଶା ସମେତ ଅନ୍ୟ ପ୍ରଭାବିତ ରାଜ୍ୟଗୁଡିକୁ ଆସିବ ।
ଗତ ୨୬ ତାରିଖ ଦିନ ବଙ୍ଗୋପସାଗରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ୟସ୍ ଓଡିଶାର ଧାମରାରେ ଲ୍ୟାଣ୍ଡଫଲ୍ କରିଥିଲା । ଏହାର ପ୍ରଭାବରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବା ପରେ ସଂଧ୍ୟାରେ କ୍ଷୟକ୍ଷତି ସମୀକ୍ଷା କରିଥିଲେ । ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବା ପରେ ଆକାଶମାର୍ଗରୁ କ୍ଷତିଗସ୍ତ ଅଂଚଳ ବୁଲି ଦେଖିଥିଲେ ।

Leave A Reply

Your email address will not be published.