ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନାଇଡୁପେଟା ଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁକୁ ନେଇ ଉତେଜନା

58

ରାୟଗଡା : ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନାଇଡୁପେଟା ଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁକୁ ନେଇ ଉତେଜନା ଦେଖାଦେଇଛି । ଗ୍ରାମବାସୀମାନେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାଜପଥ ଉପରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି । କୋଭିଡ ହସ୍ପିଟାଲରେ ବେପରୁଆ ଭାବେ ଚିକିତ୍ସା କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ନାଇଡୁପେଟା ଗ୍ରାମର ଜି. ତ୍ରୀବେଣି ନାମକ ଜଣେ ମହିଳା କିଛି ଦିନ ତଳେ ସେ ପ୍ରେମ ବିବାହ କରିଥିଲେ । ସେ କରୋନା ଆକ୍ରାନ୍ତ ହୋଇ ଗତକାଲି ଜେକେପୁର କୋଭିଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ସକାଳୁ ଭର୍ତ୍ତି ହୋଇ ଚିକିତ୍ସା ଚାଲିଥିଲା । ତେବେ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । କିଛି ଦିନ ତଳେ ମଧ୍ୟ ଗୋଟିଏ କରନା ଆକ୍ରାନ୍ତ ଆତ୍ମହତ୍ୟା କରିଥିବା ବେଳେ ବର୍ତ୍ତମାନ ଆଉଜଣେ ହଠାତ ମୂର୍ତ୍ୟୁ ହେବାର ଘଟଣା, ଏହି ଖବର ମିଳିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଜେକେପୁର କୋଭିଡ ମେଡିକାଲ ଠାରେ ରୋଗୀଙ୍କ ଠିକ୍ ଚିକିତ୍ସା ହେଉନଥିବା ଅଭିଯୋଗ କରି ଆଜି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହାପରେ ନିକଟସ୍ଥ ଅନ୍ୟ ଗ୍ରାମବାସୀମାନେ ମିଳିତ ଭାବେ ରାସ୍ତା ଅବରୋଧ କରିଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ମୃତ୍ୟୁର ସଠିକ କାରଣ ଘୋଷଣା କରିବା ସହ ମୃତକଙ୍କ ପରିବାରକୁ ସହାୟତା ଦାବି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ରାସ୍ତାରୋକ ଯୋଗୁଁ ରାଜପଥରେ ସମସ୍ତ ଯାନବାହନ ଚଳାଚଳ ଠପ୍ ହୋଇପଡିଛି ।ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ ଲୋକମାନେ ଘଟଣା ସ୍ଥଳରେ ଅଟଳ ହୋଇ ରହିଥିବା ସୂଚନା ମିଳିଛି ।

Comments are closed.