ପୁଣି ରାଜ୍ୟରେ ବଢ଼ିବ କି ଲକ୍ଡାଉନ୍ ?

41

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର । କିଛି ଦିନ ହେଲା ଏକ ନିର୍ଦ୍ଦିଷ୍ଟ ସ୍ତରରେ ରହିଛି ସଂକ୍ରମଣ । କିଛି ଦିନ ତଳେ ୨୫ ପ୍ରତିଶତ ଉପରକୁ ଉଠି ଯାଇଥିଲା ଟେଷ୍ଟ ପଜିଟିଭିଟି ରେଟ୍ । ତେବେ ଗତ ୫ ଦିନର ସଂକ୍ରମଣ ହାର ରାଜ୍ୟରେ କରୋନା ଶୀର୍ଷ ଛୁଇଁ ତଳକୁ ଖସୁଛି । ମେ’ ୨୪ ତାରିଖରେ ସଂକ୍ରମଣ ହାର ଥିଲା ୧୭.୫୬ ପ୍ରତିଶତ । ତେବେ ଗତ ୨୪ ଘଣ୍ଟା ଭିତରେ ୪୮ହଜାର ୬୪୯ କରୋନା ପରୀକ୍ଷା କରାଯାଇଥିବା ବେଳେ ୭ ହଜାର ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୪.୭୭ ପ୍ରତିଶତ । ବିଶେଷଜ୍ଞଙ୍କ ମତରେ ଏହା ଇଙ୍ଗିତ କରୁଛି ସଂକ୍ରମଣ ଗ୍ରାଫ୍ ତଳମୁହାଁ ହେଉଛି । ଠିକ୍ ସମୟରେ ଲକ୍ଡାଉନ୍ କରାଯାଇଥିବାରୁ ରାଜ୍ୟରେ ଦୈନିକ ସଂକ୍ରମଣ ଗ୍ରାଫ୍ ଅତି ଉପରକୁ ଉଠିଲା ନାହିଁ, ଏହା ଫ୍ଲାଟୁ ଷ୍ଟେଜ୍ ରେ ରହିଗଲା ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।
ରାଜ୍ୟରେ ଲକ୍ଡାଉନ୍ ଠିକ୍ ସମୟରେ ହୋଇଥିବାରୁ ଟିପିକାଲ ପିକ୍ କଲା ନାହିଁ । ଏହା ପ୍ଲାଟୁ ଷ୍ଟେଜ୍ରେ ରହିଲା । ତିନି ଚାରି ମାସରେ ଯଦି ବୃହତ ଭାବରେ ଭ୍ୟାକ୍ସିନେସନ କରାଯାଏ ତେବେ ତୃତୀୟ ଲହରୀ ଆସିବ ନାହିଁ । ଯଦି ଆସେ ଏହାର ପ୍ରଭାବ ପଡ଼ିବନି । ଏକ୍ସପର୍ଟ କମିଟି ମଧ୍ୟ ବହୁତ ଭଲ ଉପଦେଶ ଦେଉଛନ୍ତି । ତେଣୁ ତୃତୀୟ ଲହରୀର ପ୍ରଭାବ ରାଜ୍ୟରେ ପଡିନପାରେ । କାରଣ କମିଟିର ଉପଦେଶ ନେଇ ସରକାର ଉଚିତ ପଦକ୍ଷେପ ନେଇସାରିଥିବେ ।

ସେହିପରି ଆଉ ଦୁଇ ସପ୍ତାହ ଅନ୍ତତଃ ଲକ୍ଡାଉନ୍ କରାଯାଉ । ତା’ପରେ କିଛି ପରିମାଣରେ ଦେଖିକି କଟକଣା ହଟେଇବାକୁ ପଡିବ । ପଜିଟିଭ୍ ରେଟ୍ ୫ ପ୍ରତିଶତକୁ ଏକ ବେଞ୍ଚମାର୍କ ଭାବେ ଦେଖିବାକୁ ପଡିବ । ୫ ପ୍ରତିଶତ ତଳକୁ ଯଦି ଟିପିଆର ଦୁଇ ସପ୍ତାହ ମଧ୍ୟରେ କମିଯାଏ ତେବେ ଆଉ କଟକଣା ବୃଦ୍ଧି କରିବାର ଆବଶ୍ୟକତା ନାହିଁ । ପଜିଟିଭିଟି ରେଟ୍ ୫ ପ୍ରତିଶତ ନ କମିବା ପର୍ଯ୍ୟନ୍ତ କଟକଣା କୋହଳ ନ କରିବାକୁ ପରାମର୍ଶ ଦେଇଆସିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେଣୁ ଲକ୍ଡାଉନ୍କୁ ବଢ଼ାଇବେ ନା’ ରାଜ୍ୟ ସରକାର ଧୀରେ ଧୀରେ ଅନ୍ଲକ୍ କରିବା ପ୍ରକ୍ରିୟା ଆରମ୍ଭ କରିବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଦେଶରେ କମୁଛି ସଂକ୍ରମଣ,ବଢ଼ୁଛି ସୁସ୍ଥ ହାର । ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୭୩ ହଜାର ୭୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨ଲକ୍ଷ ୮୪ ହଜାର ୬୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୩ ହଜାର ୬୧୭ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ।

Comments are closed.