ଅନାଥ ଶିଶୁଙ୍କ ପାଇଁ ମାଗଣା ଶିକ୍ଷା : ଉଚ୍ଚଶିକ୍ଷା ପାଇଁ ମିଳିବ ଋଣ

62

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ଯେଉଁ ପିଲାମାନଙ୍କର ପିତାମାତା କିମ୍ବା ଅଭିଭାବକମାନେ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି ସେମାନଙ୍କୁ ପିଏମ କେୟାର୍ସ ଫର୍ ଚିଲ୍ଡ୍ରେନ ଫଣ୍ଡ ଅଧୀନରେ ସହାୟତା ଦିଆଯିବ । ଏହା ଅଧୀନରେ ସେମାନଙ୍କୁ ୧୮ ବର୍ଷ ବୟସ ହେବା ପରେ ମାସିକ ଷ୍ଟାଇପେଣ୍ଡ ଦିଆଯିବ । ଏଥିସହ ସେମାନଙ୍କୁ ୨୩ ବର୍ଷ ହେବା ପରେ ୧୦ ଲକ୍ଷ ଟଙ୍କା ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ କୋଭିଡ ଯୋଗୁଁ ଜୀବନ ହରାଇଥିବା ଦମ୍ପତ୍ତିଙ୍କ ପିଲାମାନଙ୍କୁ ମାଗଣା ଶିକ୍ଷା ଦିଆଯିବ । ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଶିକ୍ଷା ଋଣ ଦିଆଯିବ ଏବଂ ପିଏମ କେୟାର ମାଧ୍ୟମରେ ଋଣର ସୁଧ ପୈଠ କରାଯିବ । ଏହା ସହିତ ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଦିଆଯିବ ଏବଂ ଏହାର ପ୍ରିମିୟମ ମଧ୍ୟ ପିଏମ୍ କେୟାର ମାଧ୍ୟମରେ ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପିଲାମାନେ ଭାରତର ଭବିଷ୍ୟତକୁ ପ୍ରତିନିଧିତ୍ୱ କରନ୍ତି; ସେମାନଙ୍କୁ ସମର୍ଥନ କରିବା, ସୁରକ୍ଷା ଦେବା ପାଇଁ ଆମେ ସବୁକିଛି କରିବୁ । ସୂଚନାଥାଉକି ଯେ ଦେଶରେ ଅନେକ ପିଲା ଅଛନ୍ତି ଯେଉଁମାନେ କରୋନା ଯୋଗୁଁ ପିତାମାତାଙ୍କୁ ହରାଇଛନ୍ତି । ଏହିପରି ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାରମାନେ କ୍ରମାଗତ ଭାବରେ ହାତ ବଢାଉଛନ୍ତି । ଆଉ ବର୍ତ୍ତମାନ କେନ୍ଦ୍ର ଏଭଳି ଏକ
ଘୋଷଣା କରିଛି ।

Comments are closed.