ରଥଖଳା ହାଲଚାଲ୍ : ସିଙ୍ଗଡ଼ା ଓ ବିଲେଇ ବାଡିଆ ଚାଲିଛି

72

ପୁରୀ :  ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ । ଅକ୍ଷୟ ତୃତୀୟାରେ ରଥନିର୍ମାଣ ଅନୁକୂଳ ହୋଇଥିଲା । ପରେ ରଥଖଳାରେ ଅ।ଗେଇ ଚାଲିଛି ରଥ ନିର୍ମାଣ କାମ । ବିଲେଇ ବାଡିଆ ଓ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଭୋଇ ସେବାୟତ ମାନେ କରିଥାନ୍ତି । ଯନ୍ତାଗାଡରେ ତୁମ୍ବ ଓ ଅର ରଖି ଏକ କାଠ ପିଟଣାରେ ପିଟିବାକୁ ସିଙ୍ଗଡ଼ା ବାଡିଆ କୁହନ୍ତି ।ସେହିପରି ରଥଖଳାରେ ତୁମ୍ବରେ ଅର ଫିଟିଙ୍ଗ ପାଇଁ କାଠଗଣ୍ଡିରେ ପିଟା ଯାଏ  । ଏହାକୁ ବିଲେଇ ବାଡିଆ କୁହନ୍ତି ।ବର୍ତମାନ ଏସବୁ କାର୍ଯ୍ୟ ଅ।ଗେଇ ଚାଲିଛି । 

Comments are closed.