ରାଜ୍ୟରେ ପୁଣି ବଢ଼ିଲା ଲକ୍‌ଡାଉନ୍ : ୧ ଜୁନ୍‌ଠାରୁ ୧୭ ଜୁନ୍‌ ସକାଳ ୫ଟା ପର୍ଯ୍ୟନ୍ତ

49

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର । କିଛି ଦିନ ହେଲା ଏକ ନିର୍ଦ୍ଦିଷ୍ଟ ସ୍ତରରେ ରହିଛି ସଂକ୍ରମଣ । କିଛି ଦିନ ତଳେ ୨୫ ପ୍ରତିଶତ ଉପରକୁ ଉଠି ଯାଇଥିଲା ଟେଷ୍ଟ ପଜିଟିଭିଟି ରେଟ୍ । ବର୍ତ୍ତମାନ ସଂକ୍ରମଣ ହାର ରହିଛି ୧୪.୭୭ ପ୍ରତିଶତ ରହିଛି । ତେଣୁ ରାଜ୍ୟରେ ପୁଣି ବଢିଛି ଲକ୍‌ଡାଉନ୍ ଘୋଷଣା କରିଛନ୍ତି SRC ସୁରେଶ ମହାପତ୍ର । ୧ ଜୁନ୍‌ଠାରୁ ୧୭ ଜୁନ ସକାଳ ୫ଟା ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍ ବଲବତର ରହିବ । ବିଶେଷଜ୍ଞଙ୍କ ମତରେ ଏହା ଇଙ୍ଗିତ କରୁଛି ସଂକ୍ରମଣ ଗ୍ରାଫ୍ ତଳମୁହାଁ ହେଉଛି । ଠିକ୍ ସମୟରେ ଲକ୍ଡାଉନ୍ କରାଯାଇଥିବାରୁ ରାଜ୍ୟରେ ଦୈନିକ ସଂକ୍ରମଣ ଗ୍ରାଫ୍ ଅତି ଉପରକୁ ଉଠିଲା ନାହିଁ, ଏହା ଫ୍ଲାଟୁ ଷ୍ଟେଜ୍ ରେ ରହିଲା । ତେବେ କରୋନାକୁ ମାତ ଦେବା ପାଇଁ ପୁଣି ଆଜିଠୁ ଆଉ ଥରେ ବଢ଼ିଲା ଲକ୍‌ଡାଉନ୍‌ । ତୃତୀୟ ଥର ପାଇଁ ବଢ଼ିବ ଲକ୍‌ଡାଉନ୍‌। କରୋନାକୁ କଣ୍ଟ୍ରୋଲକୁ ଆଣିବ ବାରମ୍ବାର ବଢ଼ୁଛି ଲକଡାଉନ।

ପୂର୍ବପରି ସବୁଠି କଡ଼ା କଟକଣା ଜାରି ରହିବ । ଅତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁକିଛି ବନ୍ଦ ରହିଛି । ଜୁନ୍‌ ୧୭ ତାରିଖ ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ । ଏହି ସମୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ବି ଲାଗୁ ହେବ। କଟକଣା ସମୟରେ ସ୍ୱାସ୍ଥ୍ୟସେବା ଓ ଜରୁରୀ ସେବାକୁ ଅନୁମତି ମିଳିଛି । ଲକ୍‌ଡାଉନ୍ ବେଳେ ଘରଠାରୁ ୫ଶହ ମିଟର ଭିତରେ ସକାଳ ୬ଟାରୁ ୧୧ଟା ମଧ୍ୟରେ ଚାଲି ଚାଲି ଯାଇ ପରିବା କିଣି ପାରିବେ ଜନସାଧାରଣ । ତେବେ ୩ଟି ଜିଲ୍ଲା ପାଇଁ ଲକ୍‌ଡାଉନ୍‌କୁ କୋହଳ କରାଯାଇଛି। ନୂଆପଡ଼ା, ଗଜପତି ଏବଂ ସୁନ୍ଦରଗଡ଼ରେ ଲକ୍‌ଡାଉନରେ କୋହଳ କରାଯାଇଛି । ଏହି ୩ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ତଳେ ରହିଛି । ସେଥିପାଇଁ ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଖୋଲା ରହିବ ସବୁ ଦୋକାନ ବଜାର ।

Comments are closed.