ଆସନ୍ତାକାଲି ଠାରୁ ୩ ଜିଲ୍ଲାରେ ଖୋଲିବ ଗାଡି ଶୋରୁମ୍

70

ଭୁୁବନେଶ୍ୱର : ଆସନ୍ତାକାଲି (ମଙ୍ଗଳବାର)ଠାରୁ ଲକ୍ ଡାଉନ୍ କଟକଣା କୋହଳ ହୋଇଥିବା ୩ ଜିଲ୍ଲାରେ ଗାଡ଼ି ଶୋରୁମ ଖୋଲିବ । ଏଥିସହ ଗାଡି ପଞ୍ଜୀକରଣକୁ ମଧ୍ୟ ଅନୁମତି ମିଳିଛି । ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲ୍ଲାରେ ସୋମବାର ଠାରୁ ଶୁକ୍ରବାର ସକାଳ ୭ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଗାଡ଼ି ଶୋରୁମ ଖୋଲିବ । ରାଜ୍ୟ ପରିବହନ କର୍ତୃପକ୍ଷ (ଏସଟିଏ) ଟ୍ୱିଟ୍ କରି ଏହି ସୂଚନା ଦେଇଛି । 

ସେହିପରି ଏସଟିଏ ସୁନ୍ଦରଗଡ, ରାଉରକେଲା , ନୂଆପଡା ଓ ଗଜପତି ଆରଟିଓ ମାନଙ୍କୁ ଜୁନ୍ ୧ ତାରିଖରୁ ଗାଡି ପଂଜୀକରଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟରେ ଜୁନ୍ ୧୭ ପର୍ଯ୍ୟନ୍ତ ଲକ୍ ଡାଉନ୍ ବୃଦ୍ଧି ନେଇ ଘୋଷଣା କରିଥିଲେ । ଏଥିସହ ସଂକ୍ରମଣ କମୁଥିବା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲ୍ଲାରେ ସକାଳ ୭ଟାରୁ ୧ ଟା ପର୍ଯ୍ୟନ୍ତ କଟକଣା କୋହଳ ହେବ ବୋଲି କହିଥିଲେ । ଏହି ଜିଲ୍ଲା ଗୁଡିକରେ ମଲ୍‌, ମାର୍କେଟ୍ କମ୍ପେ୍ଲକ୍ସ ,ସ୍ପା, ସେଲୁନ୍ , ବିଉଟି ପାର୍ଲର, ସାପ୍ତାହିକ ହାଟ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ଖୋଲାରହିବ । 

Comments are closed.