ଅନାଥଙ୍କୁ ଭତ୍ତା ମିଳିବା ପ୍ରକ୍ରିୟା ଆରମ୍ଭ

78

ଭୁବନେଶ୍ୱର : କରୋନାରେ ବାପା ମାଆଙ୍କୁ ହରାଇ ଥିବା ଅନାଥଙ୍କୁ ମଧୁବାବ ପେନସନରେ ସାମିଲ କରାଯିବ । ମୁଖ୍ୟମନ୍ତ୍ରୀ ଏ ନେଇ ନିର୍ଦ୍ଦେଶ ଦେବା ପରେ ତତ୍ପର ହୋଇଛି ସାମାଜିକ ସୁରକ୍ଷା ଓ ଭିତ୍ତକ୍ଷମ ସଶକ୍ତିକରଣ ବିଭାଗୟ କରୋନା କାଳରେ ଅନାଥ ହୋଇଥିବା ଶିଶୁଙ୍କ ତଥ୍ୟ ବ୍ଲକ ସ୍ତରରେ ରହିଛି । ଏହାବ୍ୟତୀତ ଏହି ତଥ୍ୟ ସଂଗ୍ରହ କରିବା ଲାଗି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ସମେତ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଅନାଥଙ୍କୁ ସେବା ଯୋଗାଇବା ଲାଗି ମଧୁବାବୁ ପେନସନ ଯୋଜନାରେ ଯୋଡି ହୋଇଛି । ଆଉ ଏକ ସେକ୍ସନ ଯାହା ଏମ୍ବିିୱାଇକୋଭିଡ୍ ଏହି ଯୋଜନାରେ ଅନାଥ ଶିଶୁଙ୍କୁ ମାସିକ ୫୦୦ଟଙ୍କା ଭତ୍ତା ପ୍ରଦାନ କରାଯିବ । ରାଜ୍ୟରେ ଏବେ ବୃଦ୍ଧି ପାଉଥିବା ବ୍ଲାକ ଫଙ୍ଗସକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ବ୍ୟକ୍ତ କରିବା ସହ କୋଭିଡର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ କରୋନାରେ ପିତାମାତାଙ୍କୁ ହରାଇଥିବା ପିଲା ଓ ସ୍ୱାମୀଙ୍କୁ ହରାଇଥିବା ମହିଳାଙ୍କୁ ୧୫ଦିନ ଭିତରେ ମଧୁବାବୁ ପେନସନ ଯୋଜନାରେ ମାସିକ ପେନ୍ସନ୍ ଦେବା ସହ ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ଆଗୁଆ ୩ମାସର ପେନସନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.