ଘାତକ ଦ୍ୱିତୀୟ ଲହର : ନେଇଛି ୫୯୪ ଡାକ୍ତରଙ୍କ ଜୀବନ, ଓଡ଼ିଶାରୁ ୨୨

72

ନୂଆଦିଲ୍ଲୀ : ଘାତକ ହେଉଛି କୋଭିଡ୍ର ଦ୍ୱିତୀୟ ଲହର । କୋଭିଡର ଏଇ ଦ୍ୱିତୀୟ ଲହର ଅନେକ ଲୋକଙ୍କ ଜୀବନ ନେଲାଣି । ବିଶେଷକରି କରୋନାର ଶିକାର ହେଉଛନ୍ତି କରୋନା ସମ୍ମୁଖ ଯୋଦ୍ଧା । ଭାରତୀୟ ମେଡିକାଲ ଆସୋସିଏସନ୍ ଆଇଏମ୍ଏର ତଥ୍ୟ ଅନୁଯାୟୀ କରୋନାର ଦ୍ୱିତୀୟ ଲହରରେ ଏଯାଏଁ ପ୍ରାଣ ହରାଇଲେଣି ୫୯୪ ଡାକ୍ତର । ଦିଲ୍ଲୀରେ ସର୍ବାଧିକ ୧୦୭ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ବିହାରରେ ୯୬ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ସେହି ରି ଉତ୍ତରପ୍ରଦେଶରେ ୬୭, ରାଜସ୍ଥାନରେ ୪୩, ଝାଡ଼ଖଣ୍ଡରେ ୩୯, ତେଲେଙ୍ଗାନାରେ ୩୨ ଓ ଗୁଜରାଟରେ ୩୧ ଡାକ୍ତରଙ୍କର କରୋନାରେ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ୨୫ ଓ ଓଡ଼ିଶାରେ ୨୨ ଡାକ୍ତର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଯାଇଛି ।

Comments are closed.