ପିଏସ୍ଏ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କଲା ସୋନାଲିକା

0 75

ଭୁବନେଶ୍ୱର: ଦେଶରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଉଥିଲେ ମଧ୍ୟ ଏବେବି ଦେଶର କିଛି ଅଂଶରେ ସ୍ଥିତି ସଙ୍କଟାପୂର୍ଣ୍ଣ ରହିଛି । ଜଟିଳ ସ୍ଥିତି ସମଗ୍ର ସମାଜକୁ କବଳିତ କରିଥିବା ବେଳେ ସୋନାଲିକା ଟ୍ରାକ୍ଟର ସକ୍ଷମ ବ୍ୟକ୍ତିବିଶେଷଙ୍କଠାରୁ ସହଯୋଗପୂର୍ଣ୍ଣ ପ୍ରୟାସ ପାଇଁ ପୁଣିଥରେ ଆହ୍ୱାନ ଦେଇଛି । ଭାରତର ଏହି ଦ୍ରୁତ ଅଭିବୃଦ୍ଧିଶୀଳ ଟ୍ରାକ୍ଟର ବ୍ରାଣ୍ଡ ସୋନାଲିକା ପକ୍ଷରୁ ଏପ୍ରିଲ ୨୧ରେ ଏହାର ୧୦୦% କର୍ମଚାରୀଙ୍କ ଟିକାକରଣ ପାଇଁ ଏକ ବିଶାଳ କୋଭିଡ୍-୧୯ ଟିକାକରଣ ଅଭିଯାନ ଘୋଷଣା କରାଯାଇଥିଲା ଏବଂ ମାତ୍ର ଦୁଇ ମାସରେ କମ୍ପାନୀ ଏହି ଲକ୍ଷ୍ୟକୁ ହାସଲ କରିପାରିଛି । କମ୍ପାନୀ ଦ୍ୱାରା ଏହି ସମ୍ପୂର୍ଣ୍ଣ ପ୍ରାୟୋଜିତ ଅଭିଯାନ ଅଧୀନରେ ସୋନାଲିକାର ଭାରତରେ ଥିବା ସମସ୍ତ କର୍ମଚାରୀଙ୍କୁ ଯୋଜନା ମୁତାବକ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ସରକାରଙ୍କ ନିୟମ ଅନୁସାରେ ଓ ସେମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ସୁନିଶ୍ଚିତ କରିବା ଲାଗି କର୍ମଚାରୀମାନଙ୍କୁ ୨ୟ ଡୋଜ୍ ଦିଆଯିବା ପର୍ଯ୍ୟ” କମ୍ପାନୀ ଅଭିଯାନ ଜାରି ରଖିବ । ଜଟିଳ ସ୍ଥିତି ସତ୍ୱେ ସୋନାଲିକା ମେ’୨୦୨୧ରେ କୃଷି ସମୁଦାୟ ପ୍ରତି ନିଜର ପ୍ରତିବଦ୍ଧତା ଜାରି ରଖିବା ସହିତ ସେମାନଙ୍କ ସହ ସବୁସମ୍ଭବ ଉପାୟରେ ଜଡିତ ରହିଥିଲା । ଏହି ମାସରେ କମ୍ପାନୀ ମୋଟ ୮୮୭୬ଟି ଟ୍ରାକ୍ଟର ବିକ୍ରି କରିଛି ।
ଏହି ଟିକାକରଣ ଅଭିଯାନ ସମ୍ପର୍କରେ ସୋନାଲିକା ଗ୍ରୁପ୍ର କାର୍ଯ୍ୟକାରୀ ନିର୍ଦ୍ଦେଶକ ରମଣ ମିତଲ କହିଛ”ି, ଚାଷୀମାନଙ୍କ ଜଟିଳ ଆବଶ୍ୟକତାକୁ ପୂରଣ କରିବା ଓ ମହାମାରୀ ଭଳି କଠିନ ସ୍ଥିତିରେ ମଧ୍ୟ ସୋନାଲିକାରେ ଆମେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରି ସମାଜ ପ୍ରତି ପ୍ରତିବଦ୍ଧ ରହିଛୁ । ମହାମାରୀର ୨ୟ ଲହର ଆରମ୍ଭ ପରଠାରୁ ଆମେ ସମାଜ ତଥା ଚାଷୀମାନଙ୍କୁ ସହଯୋଗ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛୁ । ଆମେ ସେଂଟ୍ ଷ୍ଟିଫେନ୍ସ ହସ୍ପିଟାଲରେ ଏକ ପିଏସ୍ଏ ଅକ୍ସିଜେନ୍ ପ୍ଲାଂଟ୍ ସ୍ଥାପନ କରିବା ସହିତ ମୋହାଲିର ଜିଲ୍ଲା ହସ୍ପିଟାଲରେ ଦୁଇଟି ପିଏସ୍ଏ ପ୍ଲାଂଟ୍ ସ୍ଥାପନ କରିଛୁ । ଏହାଉଡା ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଦ୍ୱାରା ଉନ୍ମୋଚିତ କରୋନା ମୁକ୍ତ୍ ପାବ ଅଭିଯାନ ଅଧୀନରେ ସଫଳ ‘ମିଶନ ଫତେ-୨’ରେ ରାଜ୍ୟର ହସ୍ପିଟାଲଗୁଡିକରେ କମ୍ପାନୀ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ମେଡିକାଲ ଅକ୍ସିଜେନ୍ ଯୋଗାଣ ପାଇଁ ୧ କୋଟି ଟଙ୍କା ମୂଲ୍ୟର ୧୦୦୦ ଅକ୍ସିଜେନ୍ ସିଲିଣ୍ଡର ବ୍ୟବସ୍ଥା କରାଯାଇଛି । ପାବର ରୋପରସ୍ଥିତ ରେଡ୍କ୍ରସ୍ ସୋସାଇଟିକୁ ୪୦ ଲକ୍ଷ ଟଙ୍କା ମୂଲ୍ୟର ଅକ୍ସିଜେନ୍ କନ୍ସେନ୍ଟ୍ରେଟ୍ ଦିଆଯାଇଛି । ମେ’୧ରୁ ଜୁନ୍ ୩୦,୨୦୨୧ ମଧ୍ୟରେ ଏକ୍ସପାୟାର ହେଉଥିବା ସମସ୍ତ ଚାଷୀଙ୍କର ଟ୍ରାକ୍ଟରର ୱାରେଂଟିକୁ ଦୁଇ ମାସ ବୃଦ୍ଧି କରାଯାଇଛି । କମ୍ପାନୀ ପକ୍ଷରୁ କୋଭିଡ୍-୧୯ରେ ମୃତ୍ୟୁ ଘଟିବା ସ୍ଥିତିରେ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦିଆଯିବା ନେଇ ଘୋଷଣା କରାଯାଇଛି ଏବଂ କୋଭିଡ୍ରେ ସଂକ୍ରମିତ କର୍ମଚାରୀଙ୍କୁ ୨୫,୦୦୦ ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରିବାକୁ ମଧ୍ୟ କମ୍ପାନୀ ନିଷ୍ପତି ନେଇଛି ।

Leave A Reply

Your email address will not be published.