୧୧ରେ ଲଘୁଚାପ କ୍ଷେତ୍ର ସମ୍ଭାବନା : ୧୦ରୁ ୧୪ତାରିଖ ମଧ୍ୟରେ ପ୍ରବଳ ବର୍ଷା

62

ନୂଆଦିଲ୍ଲୀ : ଆସନ୍ତା ୮ ଜୁନ୍ ସୁଦ୍ଧା ସିଆମ ଉପସାଗର ଓ ମିଆଁମାର ଉପକୂଳରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବ । ଏହି ସାଇକ୍ଲୋନିକ ସର୍କୁଲେସନର ପ୍ରଭାବରେ ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିାଗ ସଂସ୍ଥା ସ୍କାଏମେଟ୍ କହିଛି । ୧୧ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନ ବା ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶା ସମେତ ସମଗ୍ର ପୂର୍ବଭାରତ, ବିହାର, ଛତିଶଗଡ଼ରେ ମୌସୁମୀକୁ ଟାଣି ଆଣିବାରେ ସହାୟକ ହେବ । ଏପରିକି ଏହି ଲଘୁ·ପ ପ୍ରଭାବରେ ପଶ୍ଚିମଭାରତର କେତେକ ଅଞ୍ଚଳକୁ ମୌସୁମୀ ଅଗ୍ରଗତି କରିବ ।

ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବସାଗର, ସମଗ୍ର ଉପକୂଳ କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ରର କିଛି ଅଂଶ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡ଼ୁର ଆଉ କିଛି ଅଂଶ, ଆନ୍ଧ୍ର ୍ରଦେଶ ଓ ତେଲେଙ୍ଗାନାର କେତେକ ଅଂଶରେ ପହଞ୍ଚିଛି । ଆଗାମୀ ୨୪ ଘଣ୍ଟାରେ ଏହା ସମଗ୍ର କର୍ଣ୍ଣାଟକ, ମହାରାଷ୍ଟ୍ରର ଆଉ କିଛି ଅଂଶ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଆଉ କେତେକ ଅଞ୍ଚଳ, କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କେତେକ ଅଂଶରେ ପହଞ୍ଚିବାର ସମ୍ଭାବନା ରହିଛି । ସେହି ରି ଭୂବିଜ୍ଞାନୀ ସଚିବ ସୂଚନା ଦେଇ କହିଛନ୍ତି ଯେ, ଏହି ମୌସୁମୀ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଆକ୍ୟୁୱେଦର ପାଣିପାଗ ସଂସ୍ଥା ମଧ୍ୟ ଆକଳନ କରି କହିଛି ଯେ, ଏହି ଲଘୁଚାପ କ୍ଷେତ୍ର ଡିପ୍ ଡିପ୍ରେସନ୍ ରେ ପରିଣତ ହୋଇପାରେ ।

Comments are closed.