ଖୋଲୁଛି ଚୀନ୍ ବାଦୁଡ଼ି ଗୁମ୍ଫାର ରହସ୍ୟ

63

-ଉହାନ୍ ଲ୍ୟାବ୍ ସହ ଲିଙ୍କ୍ ସନ୍ଦେହ
-୯ଜଣଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ ପାଇଁ ଦାବି କଲା ଆମେରିକା

ଭୁବନେଶ୍ୱର : କରୋନା ପ୍ରାକୃତିକ ବିପର୍ଯ୍ୟୟ ନା ମନୁଷ୍ୟକୃତ ଭୂତାଣୁ । ଦୁଇବର୍ଷ ପରେ ବି ସାରାବିଶ୍ୱବାସୀଙ୍କ ମନରେ ଏହା ପ୍ରଶ୍ନବାଚୀ ହୋଇରହିଛି । ଚୀନ୍ ର ଉହାନ୍ ଲ୍ୟାବ୍ ରୁ ଭାଇରସ୍ ର ଉତ୍ପତି ନେଇ ଏବେ ଦାବି ଉଠିଛି । ତେବେ ସାମ୍ନାକୁ ଆସିଛି ଚୀନ୍ ରେ ଥିବା ରହସ୍ୟମୟ ବାଦୁଡିଗୁମ୍ଫା । ଯେଉଁଠିକୁ କରୋନା ପୂର୍ବରୁ ଯାଇଥିଲେ ଉହାନ୍ ଭାଇରୋଲୋଜି ଲ୍ୟାବ୍ ର ୩ଜଣ ଗବେଷକ । ସେଠାରୁ ଫେରି ଗୁରୁତର ନିମୋନିଆ ଭଳି ରୋଗରେ ପୀଡ଼ିତ ହୋଇଥିଲେ । ପୂର୍ବରୁ ୨୦୧୯ରେ ୬ଖଣି କର୍ମଚାରୀ ବି ଗୁମ୍ଫାରୁ ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ । ଏବେ
ସେମାନଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ ପାଇଁ ଦାବି କରୁଛି ଆମେରିକା । କରୋନା ଭାଇରସ୍ ସହ ଏହି ଗୁମ୍ଫାର ଲିଙ୍କ ଥିବା ଆମେରିକା ଏବେ ଗନ୍ଧ ବାରୁଛି ।

କରୋନାର ଉତ୍ପତି ସ୍ଥଳ କେଉଁଠି, ଏହା ପ୍ରକୃତିରୁ ନା କୃତ୍ରିମ ଉପାୟରେ ଉହାନ୍ ଲ୍ୟାବ୍ରୁ ସୃଷ୍ଟି ହୋଇଛି ତାକୁ ନେଇ ଚୀନ୍ ଉପରେ ଏବେ ସାରାବିଶ୍ୱର ସନ୍ଦେହ ଆଖି । ସ୍କାନରରେ ଉହାନ୍ ଲ୍ୟାବ ? ଏହି ବାଦୁଡ଼ି ଗୁମ୍ଫାର ରହସ୍ୟକୁ ନେଇ ଏବେ ଆମେରିକା କିଛି ଭିତିରି କଥା ଜାଣିବାକୁ ଚାହିଁଛି । ଗୁମ୍ଫା ସହ କରୋନା ଭାଇରସ୍ ର କିଛି ନା କିଛି ଲିଙ୍କ୍ ଥିବା ଆମେରିକା ସନ୍ଦେହ କରୁଛି । ଚୀନ୍କୁ ଏ ସମ୍ପର୍କିତ ତଥ୍ୟ ମାଗିଛନ୍ତି ଆମେରିକାର ମହାମାରୀ ଡାକ୍ତର ଆନ୍ଥୋନୀ ଫଉସି । ଏହି ରହସ୍ୟମୟ ଗୁମ୍ଫା ଭିତରକୁ ବିଭିନ୍ନ ପର୍ଯ୍ୟାୟରେ ଯାଇଥିବା ୯ଜଣଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ ପାଇଁ ଡାକ୍ତର ଫଉସି ଦାବି କରିଛନ୍ତି । ଚୀନ୍ ର ୟୁନାନ୍ ପ୍ରଦେଶରେ ଏହି ବାଦୁଡ଼ି ଗୁମ୍ଫା ରହିଛି । ୨୦୧୨ ମସିହାରେ ଭିତରକୁ ଯାଇଥିଲେ ଖଣିରେ କାମ କରୁଥିବା ୬ଜଣ କର୍ମଚାରୀ ।ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କ ପାଖରେ ଦେଖାଦେଇଥିଲା କୋଭିଡ୍ ଭଳି ଲକ୍ଷଣ । ୨୦୧୯ରେ ସମାନ ଚିତ୍ର ସାମ୍ନାକୁ ଆସିଥିଲା । ଏହି ବାଦୁଡ଼ି ଗୁମ୍ଫାକୁ ଯାଇଥିଲେ ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଭାଇରୋଲୋଜିର ୩ଜଣ ଗବେଷକ । ସେମାନେ ସେଠାରୁ କିଛି ନମୂନା ସଂଗ୍ରହ କରିଥିବା କୁହାଯାଉଛି । ଫେରିବା ପରେ ଗୁରୁତର ଭାବେ ନିମୋନିଆ ଭଳି ରୋଗରେ ସେମାନେ ପୀଡ଼ିତ ହୋଇଥିଲେ । କରୋନା ଭୂତାଣୁର ସ୍ଥିତି ଚୀନ୍ ସ୍ପଷ୍ଟ କରିବାର ମାସକ ପୂର୍ବରୁ ଏହି ଘଟଣା ଘଟିଥିଲା ।

ଡାକ୍ତର ଫଉସି କହିଛନ୍ତି ଚୀନ୍ ଗବେଷକ ଏବଂ ଖଣି କର୍ମଚାରୀଙ୍କ ମେଡିକାଲ ରିପୋର୍ଟ ମିଳିଲେ କରୋନା ଉତ୍ପତି ସ୍ଥଳ ବାବଦରେ କିଛି ସୁରାକ୍ ମିଳିପାରେ । ଗବେଷକ ଏବଂ ଖଣି କର୍ମଚାରୀଙ୍କ ଅସୁସ୍ଥତା ମଧ୍ୟରେ କୌଣସି ସାମଞ୍ଜସ୍ୟ ରହିଛି କି ବୋଲି ଆମେରିକା ଜାଣିବାକୁ ଚାହିଁଛି । ଏସବୁ ଘଟଣା ଓ ଅଘଟଣରୁ ଜଣାପଡ଼ୁଛି ଯେ,ବାଦୁଡି ଗୁମ୍ଫାରେ କିଛି ରହସ୍ୟ ଲୁଚି ରହିଛି । ସେଠାରୁ ମହାମାରୀ କରୋନା ଭାଇରସ୍ ଆସିଥାଇପାରେ, ନହେଲେ ଉହାନ୍ ଲ୍ୟାବ୍ରୁ ଲିକ୍ ହୋଇଥାଇପାରେ ? ନିକଟରେ ୟୁରୋପ୍ ଗବେଷକ ତଥ୍ୟ ପ୍ରମାଣ ଆଧାରରେ ଦାବି କରିଥିଲେ ଯେ,କରୋନା ଭାଇରସ୍ ପ୍ରାକୃତିକ ଭାବେ କୌଣସି ଜୀବ ଦେହରୁ ମଣିଷ ଶରୀରକୁ ଆସିନାହିଁ । ଏହାକୁ ଚୀନ୍ ଲ୍ୟାବ୍ ରେ ତିଆରି କରିଛି । ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚୀନ୍କୁ ଏଥିନେଇ ସିଧାସଳଖ ଦାୟୀ କରିଥିଲେ । ଏହା କୃତ୍ରିମ ଉପାୟରେ ତିଆରି କରାଯାଇଛି ବୋଲି ଦାବି କରିଥିଲେ ।

Comments are closed.