ଦ୍ୱିତୀୟ ଲହର: ସହର ତୁଳନାରେ ଗାଁ ଅଧିକ ପ୍ରଭାବିତ

61

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସହର ତୁଳନାରେ ଗ୍ରାମାଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ଗତ ମାସରେ ଦେଶରେ ୫୩ ପ୍ରତିଶତ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୫୨ ପ୍ରତିଶତ ମୃତ୍ୟୁ ରେକର୍ଡ଼ ହୋଇଥିବା ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାରମେଣ୍ଟ୍ ରିପୋର୍ଟରୁ ଜଣାପଡ଼ିଛି । ଗ୍ରାମାଞ୍ଚଳରେ ବ୍ୟାପୁଥିବା ସଂକ୍ରମଣ ଅଧିକ ଚିନ୍ତାଜନକ ବିଷୟ । ଏହାକୁ ଦୃଷ୍ଟିରେ ରଖି ଗ୍ରାମୀଣ ଭାରତରେ ୭୬ ପ୍ରତିଶତ ଡାକ୍ତର, ୫୬% ଅଧିକ ରେଡିଓଗ୍ରାଫର ଏବଂ ୩୫ ଶତକଡ଼ା ଅଧିକ ଲ୍ୟାବ ଟେକ୍ନିସିଆନଙ୍କ ଆବଶ୍ୟକତା ରହିଛି । ୭ ମେ’ରେ ଦ୍ୱିତୀୟ ଲହରୀ ଭାରତରେ ଶୀର୍ଷ ଛୁଇଁଥିଲା । ମେ’ ମାସର ପ୍ରଥମ ୨୬ ଦିନରେ ବିଶ୍ୱରେ କୋଭିଡ୍ ସଂକ୍ରମିତଙ୍କ ପ୍ରତି ଦ୍ୱିତୀୟ ନୂଆ ମାମଲା ଏବଂ ତୃତୀୟ ମୃତ୍ୟୁ ଭାରତରେ ହୋଇଥିବା ରିପୋର୍ଟରେ କୁହାଯାଇଛି । ଏହି ସଂକ୍ରମିତ ମାମଲା ଗ୍ରାମାଞ୍ଚଳରୁ ରେକର୍ଡ କରାଯାଇଥିବା ଜଣାପଡ଼ିଛି ।ଏହାର ଅର୍ଥ ମେ’ମାସରେ ବିଶ୍ୱରେ ଚିହ୍ନଟ ହୋଇଥିବା ପ୍ରତ୍ୟେକ ଚତୁର୍ଥ ମାମଲା ଭାରତର ଗ୍ରାମାଞ୍ଚଳର ଥିଲା ।

ସେପଟେ ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହରୀ । କରୋନାର ତୃତୀୟ ଲହରୀ ନେଇ ନୀତି ଆୟୋଗ ସଦସ୍ୟଙ୍କ ଚେତାବନୀ । ଦ୍ୱିତୀୟ ଲହରୀରେ ସଂକ୍ରମଣ ସାମାନ୍ୟ ଥମିଥିବା ବେଳେ ଏବେ ବି ସଂକ୍ରମଣ ସ୍ଥିତି ଆୟତ୍ତରେ ନାହିଁ । ଆଉ ଏହା ମଧ୍ୟରେ ନୀତି ଆୟୋଗ ସଦସ୍ୟ ତୃତୀୟ ଲହରୀ ଆସିବା ନେଇ ଚେତାବନୀ ଦେଇଛନ୍ତି । ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହରୀ ଅୟମାରମ୍ଭ ହେବାର ଆଶଙ୍କା ରହିଥିବା ବେଳେ ଏଥିରୁ ବଞ୍ଚିବାର ରାସ୍ତା ବତାଇଛନ୍ତି ଭିକେ ସାରସ୍ୱତ । ଅଧିକରୁ ଅଧିକ ଟିକାକରଣ ଦ୍ୱାରା ତୃତୀୟ ଲହରୀର ମୁକାବିଲା ସମ୍ଭବ । ଦ୍ୱିତୀୟ ଲହରୀର ମୁକାବିକା କରିଛି ଭାରତ, ଏଥିାପାଇଁ ଧୀରେ ଧୀରେ ସଂକ୍ରମିତ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି ବୋଲି କହିଛନ୍ତି ଭିକେ ସାରସ୍ୱତ ।

ତୃତୀୟ ଲହରୀ ଆସିବା ପୂର୍ବରୁ ପ୍ରସ୍ତୁତି ଜୋର ହେବା ଆବଶ୍ୟକ । ସାରା ଦେଶରେ ଟିକାକରଣ କରି ଏହି ସଙ୍କଟରୁ ରକ୍ଷା ପାଇହେବ । ତୃତୀୟ ଲହରୀ ଆସିବା ପୂର୍ବରୁ ଦେଶବାସୀଙ୍କ ଟିକାକରଣ କରୋନାକୁ ହରାଇବାରେ ବଡ଼ ଅସ୍ତ୍ର ହେବ । ସେପଟେ ଏକ ଅଧ୍ୟୟନରୁ ଜଣାପଡିଛି ଭାରତର ଦ୍ୱିତୀୟ ଲହରୀ ପାଇଁ ଡେଲଟା ଭାରିଆଣ୍ଟ ଦାୟୀ । INSACOG ଏବଂ NCDC ଅଧ୍ୟୟନରୁ ଏକଥା ଜଣାପଡ଼ିଛି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । ଡେଲ୍ଟା ଭାରିଏଣ୍ଟ୍ ଆଲଫା ଠାରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ । National Centre for Disease Controle ସୂଚନା ଅନୁସାରେ ଡେଲଟା ଭାରିଏଣ୍ଟ ଆଲଫା ଭାରିଏଣ୍ଟ (B.୧.୧୧୭) ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି ।

Comments are closed.