ଅକ୍ସିଜେନ୍ କନ୍ସେନ୍ଟ୍ରେଟର ସେବାର ଶୁଭାରମ୍ଭ : ଏଣିକି ଘରେ ଘରେ ପହଞ୍ଚିବ ସଞ୍ଜିବନୀ

62

ଭୁବନେଶ୍ୱର : କରୋନା ସହ ଲଢେଇ ଭିତରେ ରବିବାର ଏକ ଗୁରୁତ୍ୱୂର୍ଣ୍ଣ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଘରେ ଘରେ ପହଞ୍ଚିବ ସଞ୍ଜିବନୀ । ୫ଟି ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍ । ଡୋରଷ୍ଟେପ୍ ଅକ୍ସିଜେନ୍ କନ୍ସେନ୍ଟ୍ରେଟର ସେବାର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୫ ସହରରେ ଏଣିକି ଘରେ ବସି ରୋଗୀ ପାଇପାରିବେ ଅକ୍ସିଜେନ୍ । ଏହି ସହର ଗୁଡିକ ହେଉଛି ଭୁବନେଶ୍ୱର,ବ୍ରହ୍ମପୁର, କଟକ, ରାଉରକେଲା,ସମ୍ବଲପୁର । ଏହି ସହରଗୁଡିକରେ ମୁଖ୍ୟମନ୍ତ୍ରୀ ଡୋରଷ୍ଟେପ୍ ଅକ୍ସିଜେନ୍ କନ୍ସେନ୍ଟ୍ରେଟର ସେବାର ଶୁଭାରମ୍ଭ କରିବା ସହ ଏହା ଭବିଷ୍ୟତରେ କରୋନା ବିରୋଧୀ ଲଢେଇରେ ସହଜ ହେବ ବୋଲି ସେ କହିଛନ୍ତି ।

କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସରକାର ଏଭଳି ଉତ୍ତମ ପଦକ୍ଷେପ ନେଇଛନ୍ତି । ଯେଉଁମାନେ ହୋମ୍ ଆଇସୋଲେସନ୍ରେ ଥିବେ ସେମାନଙ୍କୁ ମାଗଣାରେ ଅକ୍ସିଜେନ୍ କନ୍ସେନ୍ଟ୍ରେଟର ଯୋଗାଇ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏଥିାଇଁ ଏକ ଆପ୍ ବିକଶିତ କରାଯାଇଛି । ଏହି ଆପ୍ରେ ହୋମ ଆଇସୋଲେସନ୍ରେ ରହିଥିବା ଲୋକେ ଚାହିଁଲେ ବୁକିଂ କରିପାରିବେ ।

ଗଛ ଲଗାଇବା ଏକ ଉତ୍ସାହଜନକ ଅନୁଭବ :

ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତି ପ୍ରେମ । ବୃକ୍ଷରୋପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଛ ଲଗାଇବା ଏକ ସ୍ଫୂର୍ତ୍ତିଦାୟକ ଅନୁଭବ ଥିଲା ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଲେଖିଛନ୍ତି, ଏହି ଗଛ ବଡ଼ ହେଲେ ଏଥିରେ ଦିନେ ଚଢ଼େଇ ବସା କରିବ । ଶୁଭିବ ଚଢ଼େଇଙ୍କ କିଚିରିମିଚିରି ଶବ୍ଦ । ଫୁଲ ଉପରେ ମହୁମାଛି ବସିବ । ଗଛର ଫଳ, ଫୁଲ ଓ ଛାଇକୁ ସମସ୍ତେ ଉପଭୋଗ କରିବେ । ଏହି ଅବସରରେ ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ’ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।

Comments are closed.