ବିଶ୍ୱତାପନ ଯୋଗୁ ପ୍ରଭାବିତ ହେବ ମୌସୁମୀ : ପ୍ରବଳବର୍ଷା ସହ ଉପୁଜିବ ଭୟାବହ ସ୍ଥିତି !

67

ଭୁବନେଶ୍ୱର : ଆଗକୁ ଭାରତରେ ମୌସୁମୀ ସମୟରେ ପ୍ରବଳ ବର୍ଷା ସହିତ ଉପୁଜିାରେ ଭୟାବହ ସ୍ଥିତି । ପ୍ରଦ୍ୟୁଷଣ ବୃଦ୍ଧି ସହିତ ବିଶ୍ୱତାପନ ଯୋଗୁ ତାପମାତ୍ରା ବୃଦ୍ଧି ପାଇଛି । ଜଳବାୟୁ ପରିବର୍ତ୍ତନ ମୌସୁମୀରେ ବ୍ୟତିକ୍ରମ ସୃଷ୍ଟି କରିଛି । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ ଏବଂ ଆର୍ଦ୍ରତା ବୃଦ୍ଧି ଯୋଗୁ ପରିବେଶ ଅଧିକ ଉତ୍ତପ୍ତ ହେଉଛି । ଫଳରେ କୃଷି ଓ କୃଷକଙ୍କ ଜୀବନରେଖା ମୌସୁମୀ ବାୟୁ ଭାରତରେ ଭବିଷ୍ୟତରେ ଭୟଙ୍କର ରୂପନେବ । ଅତ୍ୟଧିକ ବର୍ଷା କରାଇବା ସହିତ ବିଜ୍ଜନକ ସ୍ଥିତି ଉପୁଜାଇବ । କିନ୍ତୁ କିଛି କମ୍ପ୍ୟୁଟର ମଡେଲ୍ ତଥ୍ୟ ଦର୍ଶାଇଛି ଯେ ଗ୍ରିନହାଉସ୍ ଗ୍ୟାସ୍,ଗରମ ପରିବେଶରେ ବର୍ଦ୍ଧିତ ଆର୍ଦ୍ରତା ଆଦି ମୌସୁମୀ ଋତୁରେ ଅଧିକ ବର୍ଷାର କାରଣ ସାଜିବ । ଅପ୍ରତ୍ୟାଶିତ ଭାବେ ଅତ୍ୟଧିକ ବୃଷ୍ଟିପାତ ହେବ ବୋଲି ବର୍ଷ ବର୍ଷ ପାଣିପାଗ ଅଧ୍ୟୟନ ପରେ ପତ୍ରିକା ଜର୍ଣ୍ଣାଲ ସାଇନ୍ସ ଆଡଭାନ୍ସେସ୍ରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି ।

ବିଗତ ୧୦ ଲକ୍ଷ ବର୍ଷର ତଥ୍ୟକୁ ଆଧାର କରି ଏହି ଆକଳନ କରାଯାଇଛି । ମୌସୁମୀ ଆଗକୁ କିଭଳି ରୂପ ନେବ ସେଥିନେଇ ଭୟଙ୍କର ଅନୁମାନ ଲଗାଯାଇଛି । ସେହି ଦୃଷ୍ଟିରୁ ଭାରତରେ ମୌସୁମୀ ବାୟୁ ଅତ୍ୟଧିକ ବର୍ଷା କରାଇବା ସହ ବିଜ୍ଜନକ ସାବ୍ୟସ୍ତ ହେବାକୁ ଯାଉଛି । ଭାରତରେ ସାଧାରଣତଃ ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ବାୟୁ ସକ୍ରିୟ ରହି ଯଥେଷ୍ଟ ବର୍ଷା କରାଇଥାଏ । ଦେଶର କୃଷି ଅର୍ଥନୀତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । କିନ୍ତୁ ଜଳବାୟୁ ପରିବର୍ତ୍ତନ ଦକ୍ଷିଣ ଏସିଆ ଅଞ୍ଚଳର ସ୍ଥିତି ଓ ଇତିହାସ ବଦଳାଇ ଦେବ । ରିପୋର୍ଟ ମୁତାବକ ଗବେଷକମାନେ ବଙ୍ଗୋପସାଗରରୁ କିଛି ନମୁନା ସଂଗ୍ରହ କରି ତାହା ଉପରେ ଗବେଷଣା କରିଥିଲେ ।

ଶହ ଶହ ବର୍ଷଧରି ସମୁଦ୍ର ଜଳରେ ଥିବା ପ୍ଲାଙ୍କ୍ଟନ୍ ଜୀବାଶ୍ମର ନମୁନା ସଂଗ୍ରହ କରି ବୈଜ୍ଞାନିକମାନେ ଏଭଳି ତଥ୍ୟ ପାଇଛନ୍ତି । ଅଧିକ ବର୍ଷା ହେଲେ ସମୁଦ୍ରରେ ଅଧିକ ଜଳପ୍ରବେଶ ଯୋଗୁ ସମୁଦ୍ରର ଲବଣ ଅଂଶ କମିଯାଏ । ଫଳରେ ସମୁଦ୍ର ଭିତରେ ପ୍ଲାଙ୍କଟନ୍ଗୁଡ଼ିକ ମରି ତଳେ ପଡ଼ିଥାନ୍ତି । ଏହାଦ୍ୱାରା ସେମାନେ ପ୍ଲାଙ୍କଟନ୍ ବାସ କରୁଥିବା ଜଳର ଲବଣତା ମାପିବା ପାଇଁ ଅକ୍ସିଜେନ୍ ସମସ୍ଥାନିକ (ଆଇସୋଟୋପ୍)କୁ ମାପିଥିଲେ । ବାୟୁମଣ୍ଡଳରେ ଅଧିକ ଅଙ୍ଗାରକାମ୍ଳ ସୃଷ୍ଟି ହେବା ଯୋଗୁ ଅତ୍ୟଧିକ ବର୍ଷା ଓ ସମୁଦ୍ର ଉପରି ଭାଗରେ କମ୍ ଲବଣତା ଦେଖିବାକୁ ମିଳିଥିବା ସେମାନେ ଜାଣିବାକୁ ପାଇଥିଲେ । ପ୍ରଦ୍ୟୁଷଣ ଓ ବିଶ୍ୱତାପନ ଯୋଗୁ ବାୟୁମଣ୍ଡଳରେ ଗ୍ରିନ୍ହାଉସ୍ ଗ୍ୟାସ୍ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି । ଏହାଯୋଗୁ ମୌସୁମୀର ଗୁଣବତ୍ତାରେ ବଡ଼ଧରଣର ପରିବର୍ତ୍ତନ ଆସିବ ବୋଲି ଗବେଷକମାନେ କହୁଛନ୍ତି । ଏ ବାବଦରେ ଜର୍ମାନୀର ପୋଟ୍ସଡାମ୍ ଇନ୍ଷ୍ଟିଚ୍ୟୁଟ୍ର ପ୍ରଫେସର ଆଣ୍ଡର୍ସ ଲେଭରମାନ୍ କହିଛନ୍ତି, ଜଳବାୟୁ ମଡେଲକୁ ଆଧାର କରି ପ୍ରସ୍ତୁତ ଏହି ସଦ୍ୟ ରିପୋର୍ଟକୁ ନେଇ ମୁଁ ଆନନ୍ଦିତ । ଏହାଦ୍ୱାରା ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇପାରିବ । ୧୦ ଲକ୍ଷ ବର୍ଷର ତଥ୍ୟକୁ ଭିତ୍ତି କରି ପ୍ରସ୍ତୁତ ଏହି ରିପୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଜିଠୁ ବଢ଼ିବ ବର୍ଷା: ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ :

ସୋମବାରୁ ଠାରୁ ରାଜ୍ୟରେ ବଢିବ କାଳବୈଶାଖୀ ବର୍ଷା । ଏଥିାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି,କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର,ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପବନ ପାଇଁ ସତର୍କତା ଜାରି କରାଯାଇଛି । ଟ୍ର୍ଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୧୧ ତାରିଖରୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୦ରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣି ପ୍ରଭାବରେ ୧୦ରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣି ।ଗ କେନ୍ଦ୍ର । ଏବେ ରାଜ୍ୟରେ ପ୍ରାକ୍ ମୌସୁମୀ ସକ୍ରିୟ ଥିବା ବେଳେ ଆସନ୍ତା ୧୧ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ୯ ତାରିଖରେ କାଳବୈଶାଖି ବର୍ଷା ପାଇଁ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ବିଶେଷକରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳବର୍ଷା ହେବ ବୋଲି ସତର୍କତା ଜାରି କରାଯାଇଛି । ସେପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମୌସୁମୀ ବାୟୁ ଗୋଟେ ସପ୍ତାହ ମଧ୍ୟରେ ଓଡିଶା ଛୁଇଁବାକୁ ଥିବେବେଳେ ଏବେଠାରୁ ଆରମ୍ଭ ହେବାକୁ ଯାଉଛି ବର୍ଷା । ଏଥିପାଇଁ ୧୫ ଜିଲ୍ଲାକୁ ଆଗୁଆ ସତର୍କ କରାଇଦେଇଛି ଆଞ୍ଚଳିକ ପାଣି ପାଗପାଗ କେନ୍ଦ୍ର । ଏବେ ରାଜ୍ୟରେ ପ୍ରାକ୍ ମୌସୁମୀ ସକ୍ରିୟ ଥିବା ବେଳେ ଆସନ୍ତା ୧୧ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ୯ ତାରିଖରେ କାଳବୈଶାଖି ବର୍ଷା ପାଇଁ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷକରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳବର୍ଷା ହେବ ବୋଲି ସତର୍କତା ଜାରି କରାଯାଇଛି । ସେପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମୌସୁମୀ ବାୟୁ ଗୋଟେ ସପ୍ତାହ ମଧ୍ୟରେ ଓଡିଶା ଛୁଇଁବାକୁ ଥିବେବେଳେ ଏବେଠାରୁ ଆରମ୍ଭ ହେବାକୁ ଯାଉଛି ବର୍ଷା । ଏଥିପାଇଁ ୧୫ ଜିଲ୍ଲାକୁ ଆଗୁଆ ସତର୍କ କରାଇଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

Comments are closed.