ଗଛରେ ପିଟିଲା କାର୍ : ଦମ୍ପତି ମୃତ, ୩ ଗୁରୁତର

65

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ଆଜି ସକାଳେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ ଗଛରେ ଧକ୍କା ଦେଇଛି । ଫଳରେ ସ୍ୱାମୀ, ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ବ୍ରହ୍ମପୁର ରାଇପଡା ଅଂଚଳର ୫ ଜଣ କାର୍ ନଂ ଓଡ଼ି୧୬-୦୯୧୦ ଯୋଗେ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଚାରିଛକ ନିକଟସ୍ଥ ଝାଡ଼ରାଜିଙ୍ଗ ଠାରେ କାର୍ ଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ ଏକ ଗଛରେ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ପତି ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ମାନଙ୍କୁ ପ୍ରଥମେ ପୁରୁଣା କଟକ ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବୌଦ୍ଧ ମେଡ଼ିକାଲରେ ଭର୍ତି କରାଯାଇଛି । ମୃତ ଦମ୍ପତି ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧିନ ମନ୍ଦାର ଗାଁର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ ନମିତା ନାଏକ । ପୁରୁଣା କଟକ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Comments are closed.