ବଢ଼ିଲା ଖରିଫ ଫସଲ ଏମ୍ଏସ୍ପି : ଧାନ କ୍ୱିଣ୍ଟାଲ୍ ୧୯୪୦ ଟଙ୍କା

66

ନୂଆଦିଲ୍ଲୀ : ସାବିତ୍ରୀ ପୂର୍ବରୁ ଚାଷୀଙ୍କୁ ମୋଦୀ ସରକାରଙ୍କ ଉପହାର । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍ପି) ବଢ଼ାଇବା ଉପରେ ନିଷ୍ପତ୍ତି ହୋଇଛି । ସରକାର ବିଭିନ୍ନ ଖରିଫ ଫସଲର ଏମ୍ଏସ୍ପି ୫୦ରୁ ୬୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଅନ୍ୟ କିଛି ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ସିଜନ ୨୦୨୧-୨୨ ପାଇଁ ଖରିଫ ଫସଲର ଏମ୍ଏସ୍ପି ଲାଗୁ ହେବ । ତେବେ ମିଳିଥିବା ସୂଚନା ଅନୁସାରେ ଧାନର ଏମ୍ଏସ୍ ପି ୭୨ ଟଙ୍କା ବଢ଼ି କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କାରେ ପହଞ୍ଚିଛି । ଗତବର୍ଷ ଧାନର ଏମ୍ଏସ୍ପି୧୮୬୮ ଟଙ୍କା ହୋଇଥିଲା ।

ଚଳିତ ବର୍ଷ ରାଶି ଉପରେ ଏମ୍ଏସ୍ପି ବଢ଼ିଛି । ରାଶିର ଏମ୍ଏସ୍ି କ୍ୱିଣ୍ଟାଲ୍ ପିଛା ୪୫୨ ଟଙ୍କା କରାଯାଇଛି । ସେହିଭଳି ହରଡ ଏବଂ ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍ ରଖାଯାଇଛି । ଅନ୍ୟପଟେ ବାଦାମ ଏବଂ ନାଇଜରସିଡ୍ ଉପରେ ଯଥାକ୍ରମେ ୨୭୫ ଏବଂ ୨୩୫ ଟଙ୍କା ବୃଦ୍ଧି ହୋଇଛି । ତେବେ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଏହାସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ରେଲୱେକୁ ୭୦୦ ମେଗାହର୍ଟଜ୍ ବ୍ୟାଣ୍ଡରେ ୫ ମେଗାହର୍ଟଜ ସ୍ପେକ୍ଟ୍ରମ୍ ଦିଆଯିବ । ଏହାଦ୍ୱାରା ରେଳବାଇ ନିଜର ସଂଚାର ପ୍ରଣାଳୀରେ ସୁଧାର ଆଣି ପାରିବ । ଏହାସହ ରେଲୱେରେ ସିଗନାଲ୍ ଆଧୁନିକୀକରଣ ଏବଂ ୫-ଜି ସ୍ପେକ୍ଟ୍ରମ୍ କ୍ରିୟାନ୍ୱୟନ ଉପରେ ଆଗାମୀ ୫ ବର୍ଷରେ ୨୫୦୦୦ କୋଟି ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Comments are closed.