ଅନୁ ପାଣ୍ଡେ ହେଲେ ନୂଆ ଇସିଆଇ

66

ନୂଆଦିଲ୍ଲୀ : ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅନୁ ଚନ୍ଦ୍ର ପାଣ୍ଡେ ଭାରତର ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି । ୧୯୮୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ହେଉଛନ୍ତି ଅନୁ ଚନ୍ଦ୍ର ପାଣ୍ଡେ । ଶ୍ରୀ ପାଣ୍ଡେ ୨୦୧୯ ଫେବୃଆରୀରେ ଅବସର ଗ୍ରହଣ କରିଥିଲେ । ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ଅବସର ପରେ ୩ ସଦସ୍ୟ ବିଶିଷ୍ଟ କମିଶନଙ୍କ ଗୋଟିଏ ପଦ ଖାଲିଥିଲା । ଏବେ ସୁଶୀଲ ଚନ୍ଦ୍ରା ମୁଖ୍ୟ ନିର୍ବାଚନ କମିଶନର ଥିବାବେଳେ ରାଜୀବ କୁମାର ଅନ୍ୟତମ ନିର୍ବାଚନ କମିଶନର ଅଛନ୍ତି ।

ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ କାମ କରିଥିବା ଅବସରପ୍ରାପ୍ତ ଆଇଏଏସ୍ ଅନୁ ଚନ୍ଦ୍ର ପାଣ୍ଡେ ୩୭ବର୍ଷ ଧରି ଉତ୍ତରପ୍ରଦେଶରେ ବିଭିନ୍ନ ପଦବୀରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ୨୦୧୯ ଅଗଷ୍ଟ ୨୯ରେ ସେ ୟୁ ପି ମୁଖ୍ୟ ସଚିବ ପଦରୁ ଅବସର ନେଇଥିଲେ । ସେ ଉତ୍ତରପ୍ରଦେଶର ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ବିଭାଗରେ କମିଶନର ଭାବରେ କାର୍ଯ୍ୟ କରିଛନ୍ତି । ଏହା ସହିତ ସେ ଅନେକ ଜିଲ୍ଲାର ଜିଲ୍ଲାପାଳ ଭାବେ ମଧ୍ୟ କାମ କରିଛନ୍ତି ।

Comments are closed.