ପ୍ରକୃତି ଅସାଧାରଣ ଭାବେ ଶକ୍ତିଶାଳୀ : ବାତ୍ୟା=୪୦ଲକ୍ଷ ପରମାଣୁ ବୋମା

53

ନୂଆଦିଲ୍ଲୀ : ବାତ୍ୟାର ବିଧ୍ୱଂସ ଲୀଳା ସମସ୍ତେ ଦେଖିଛନ୍ତି । ଗୋଟିଏ ବାତ୍ୟା କେତେ ଶକ୍ତିଶାଳୀ । ଏହାର ଗାଣିତ୍ୟିକ ହିସାବ ସମସ୍ତଙ୍କୁ ହତଚକିତ କରିଦେବ । ଗୋଟିଏ ଟ୍ର ିକାଲ ସାଇକ୍ଲୋନ୍ର ଶକ୍ତି ହିରୋସୀମା ଉପରେ ପଡ଼ିଥିବା ପରମାଣୁ ବୋମାର ୪୦ଲକ୍ଷ ଗୁଣ ଶକ୍ତି ସହ ସମାନ । ଏକଥା ଆମେ କହୁନାହୁଁ, ଭାରତୀୟ ଭୂବିଜ୍ଞାନ ସଚିବ ମାଧବନ୍ ରାଜୀବନ୍ ଏହି ସୂଚନା ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ, ଗୋଟିଏ ବାତ୍ୟା କେତେ ଶକ୍ତିଶାଳୀ ଏବଂ ପ୍ରତ୍ୟେକ ବର୍ଷ ଓଡ଼ିଶା କେତେ ପରମାଣୁ ବୋମା ମାଡ ଭଳି ବିର୍ଯ୍ୟୟର ସମ୍ମୁଖୀନ ହୋଇଛି । ଅଗଷ୍ଟ ୬ ୧୯୪୫ରେ ହିରୋସୀମା ଉପରେ ପଡ଼ିଥିଲା ପରମାଣୁ ବୋମା(ଲିଟିଲ ବୟ) ରାଜୀବନ୍ଙ୍କ ହିସାବରେ ଲିଟିଲ୍ ବୟଠାରୁ ୪୦ଲକ୍ଷ ଗୁଣ ଅଧିକ ଶକ୍ତିଶାଳୀ ହେଉଛି ସାଇକ୍ଲୋନ୍ ।

ଯଦି ହିରୋସୀମା ଆଟମ୍ ବମ୍ ଲିଟିଲ ହୁଏ,ତେବେ ସାଇକ୍ଲୋନ୍ ହେଉଛି ଭେରି ଭେରି ବ୍ୟାଡ୍ ବୟ । ବୋମା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ ବିଧ୍ୱଂସ ସୃଷ୍ଟି କରୁଥିବା ବେଳେ ଗୋଟିଏ ବାତ୍ୟା ଏକ ବଡ଼ ଅଞ୍ଚଳକୁ ଧ୍ୱଂସ ସ୍ତୂପରେ ପରିଣତ କରିଦେଉଛି । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଆମ ରାଜ୍ୟ ଓଡ଼ିଶା କେତେ ପରମାଣୁ ବୋମା ଭଳି କ୍ଷତି ସହିଛି । ୧୯୯୯ ମହାବାତ୍ୟାଠାରୁ ଆରମ୍ଭକରି ୨୦୧୬ ଫାଇଲିନ୍, ୨୦୧୪ ହୁଡ୍ହୁଡ୍, ୨୦୧୮ ତିତ୍ଲି, ୨୦୧୯ ଫନି, ୨୦୨୦ ଅମ୍ଫାନ୍ ଏବଂ ୨୦୨୧ରେ ୟଶ୍ । ଏହିସବୁ ବାତ୍ୟା ଆମ ରାଜ୍ୟକୁ କେତେ କ୍ଷତି ନ ପହଞ୍ଚାଇଛି ତାହା ଆମେ ଅଙ୍ଗେ ନିଭାଇଛେ । ବୋମା ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ କ୍ଷତି କରୁଥିବା ବେଳେ ସାମୁଦ୍ରିକ ଝଡ଼ ଦୁଇପଟୁ ଶକ୍ତିଶାଳୀ ପ୍ରହାର କରେ । ଗୋଟିଏ ପଟେ ବର୍ଷା ଓ ଅନ୍ୟପଟେ ପବନର ଶକ୍ତି । ସମୁଦ୍ରରୁ ବିଧ୍ୱଂସକାରୀ ଶକ୍ତି ଧରି ସ୍ଥଳଭାଗ ଆଡକୁ ମାଡ଼ି ଆସେ ବାତ୍ୟା । ଅର୍ଥାତ୍ ପ୍ରକୃତି ଅସାଧାରଣ ଭାବେ ଶକ୍ତିଶାଳୀ । ତାକୁ ସମ୍ମାନ ଦେବାକୁ ପଡ଼ିବ ବୋଲି ଶ୍ରୀ ରାଜୀବନ୍ ସ୍ପଷ୍ଟ ଭାବେ କହିଛନ୍ତି ।

Comments are closed.