ସ୍ଥିତି ଦେଖି ଅନ୍ଲକ୍ ନିଷ୍ପତ୍ତି

65

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଏନେଇ ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ସେ ଆଜି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ହେବାର ଦେଖାଯାଉଛି । ଏବେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ସହ ଆଗକୁ ମୃତ୍ୟୁ ସଂଖ୍ୟା ବି କମିବ ବୋଲି ସେ କହିଛନ୍ତି । ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିଲା । ତେବେ ସବୁଠାରୁ ବଡ଼ କଥା ହେଲା, କରୋନା କମୁଛି ଭାବି ଲୋକେ ସଚେତନ ନହେଲେ ପୁଣି ବିଦ ଫେରିବ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କଡ଼ା ଚେତାବନୀ ଦେଇଛନ୍ତି । ଲକ୍ଡାଉନ୍ ଯୋଗୁ ଗରିବ ଲୋକ, ବୁଲା ବେପାରୀ ଅସୁବିଧା ଭୋଗୁଛନ୍ତି । ତେଣୁ ପରିସ୍ଥିତିକୁ ଦେଖି ଅନ୍ଲକ୍ ପ୍ରକ୍ରିୟା ଲାଗୁ ନେଇ ନିଷ୍ପତ୍ତି ନିଆଯିବ ।

ଅନ୍ୟପଟେ ସଂକ୍ରମଣ ହ୍ରାସ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ମଧ୍ୟ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଥିବା ସେ କହିଥିବା ବେଳେ ରାଜ୍ୟରେ ପୂର୍ବ ସ୍ଥିତିରେ ଉନ୍ନତି ଆସୁଥିବା ସେ କହିଛନ୍ତି । ଅନ୍ୟପଟେ ଦୈନିକ ସଂକ୍ରମଣ ଓ ଆକ୍ଟିଭ କେସ୍ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଯେଉଁଠି ପଜିଟିଭ ହାର ଅଧିକ ଅଛି ସେଠି ଟେଷ୍ଟିଂ ଜୋରଦାର କରାଯାଉଛି । ରଜ ପରେ ରିଭ୍ୟୁ ହେବ, ପରିସ୍ଥିତି ଦେଖି ଯାହାକିଛି ନିଷ୍ପତ୍ତି ନିଆଯିବ । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମୁଛି ସେଠି ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର । ସେହିରି ରାଜ୍ୟରେ ଧୀରେ ଧୀରେ

Comments are closed.