ପ୍ରବଳ ବର୍ଷିବ ! ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

45

ଭୁବନେଶ୍ୱର : ଲଘୁଚାପ ଜନିତ ଅତି ପ୍ରବଳବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକୁ ବର୍ଷା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ଆଗୁଆ ପ୍ରସ୍ତୁତି ପାଇଁ ମଧ୍ୟ କୁହାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼, ଅନୁଗୁଳ ।

ଅନ୍ୟପଟେ ଆଜି ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେଗୁଡ଼ିକ ହେଲା ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବଲାଙ୍ଗିର, ସୋନପୁର ଓ ବୌଦ୍ଧ । ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥି ଲଘୁ·ପ ଫଳରେ ରାଜ୍ୟରେ ଆସିବାକୁ ଯାଉଛି ବଡ଼ ବର୍ଷା । ଏହା ପ୍ରଭାବରେ ଆଜିଠାରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର,ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା ଏବଂ ଜଗତସିଂପୁରରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଆଜି ଏବଂ ଆସନ୍ତାକାଲି କେନ୍ଦ୍ରାପଡ଼ା, ଜଗତସିଂପୁର,କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବରଗଡ଼, ବଲାଙ୍ଗିର,ସୁବର୍ଣ୍ଣୁର ଆଦି ଜିଲ୍ଲାର ଏକାଧିକ ସ୍ଥାନରେ ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ବିଭିନ୍ନ ନଦୀରେ ଉପୁଜିପାରେ ବନ୍ୟା ଭଳି ସ୍ଥିତି । କଚ୍ଚା ରାସ୍ତା ବି ଧସିବା ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ୧୩ ତାରିଖ ଯାଏଁ ୨୦ରୁ ଅଧିକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେଣେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିାଲଟି କମିଶନରଙ୍କୁ ଚିଠି ଲେଖାଯାଇଛି ।

୧୨ ଦଶନ୍ଧି ପରେ ମେ’ ବର୍ଷା ରେକର୍ଡ ଭାଙ୍ଗିଲା :

ଚଳିତ ବର୍ଷ ମେ’ ମାସରେ ଦୀର୍ଘ ୧୨ଟି ଦଶନ୍ଧିର ରେକର୍ଡ ଭାଙ୍ଗିଛି ବର୍ଷା । ୧୨୧ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ବର୍ଷା ଅଧିକ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ଏହା କହିଛି । ଏଭଳି ହେବାର କାରଣ ସାଇକ୍ଲୋନ ବୋଲି ଜଣାପଡ଼ିଛି । ଆଇଏମ୍ଡି କହିଛି ମେ ମାସରେ ସର୍ବାଧିକ ତାପମାତ୍ରା ୩୪.୧୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହା ପୂର୍ବରୁ ୧୯୭୭ରେ ତାପମାତ୍ରା ୩୩.୮୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ୧୯୨୭ରେ ୩୨.୬୮ ଡିଗ୍ରୀ ଏବଂ ଏବେ ୨୦୨୧ରେ ୩୪.୧୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର ରିପୋର୍ଟ ଅନୁୟାୟୀ ମେ ୨୦୨୧ରେ ସମଗ୍ର ଦେଶରେ ୧୦୭.୯ ମିଲିମିଟର ବର୍ଷା ହୋଇଛି, ଯାହା ହାରାହାରି ୬୨ ମିମି ଠାରୁ ଅଧିକ । ଏହାପୂର୍ବରୁ ୧୯୯୦ରେ ସର୍ବାଧିକ ବର୍ଷା (୧୧୦.୭ ମିମି) ହୋଇଥିଲା । ମେ ମାସରେ ଆରବ ସାଗର ଏବଂ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହୋଇଥିଲା । ଆରବ ସାଗରରେ ସାଇକ୍ଲୋନ୍ ତଉକ୍ତେ ଏବଂ ବଙ୍ଗୋପସାଗରରେ ସାଇକ୍ଲୋନ୍ ୟାସ୍ ଆସିଥିଲା । ଯଦିଓ ଏହି ଦୁଇଟି ଝଡ ଯୋଗୁଁ ବର୍ଷା ହୋଇଛି, କିନ୍ତୁ ଅନେକ କ୍ଷତି ମଧ୍ୟ ହୋଇଛି । ପାଣିପାଗ ବିଭାଗ କହିଛି ଯେ ୨୦୨୧ରେ ଗ୍ରୀଷ୍ମ ତିନିମାସ ମଧ୍ୟରେ ଉତ୍ତର ଭାରତ ଉପରେ ସାଇକ୍ଲୋନ୍ ର ପ୍ରଭାବ ଅଧିକ ଥିବାରୁ ଅଧିକ ବର୍ଷା ହୋଇଛି ।

Comments are closed.