ମାଓବାଦି ଅଞ୍ଚଳ ଭଳି ହୋଇ ଗଲାଣି କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳ

67

-ଛେଳି ମୃତ୍ୟୁକୁ ନେଇ ପ୍ରଜାକୋର୍ଟ କରି ଇଲେକ୍ଟ୍ରୀ ଖୁଣ୍ଟରେ ବାନ୍ଧି ବୃଦ୍ଧଙ୍କୁ ଜୀବନରୁ ମାରି ଦେବାର ପ୍ରୟାସ
-ଛେଳି ମୃତ୍ୟୁକୁ ନେଇ ଥାନାରେ ମାମଲା

ମାହାଙ୍ଗା : ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ଅଧିନସ୍ଥ ଗୋତରା ଗାଁରେ । ସେହି ଗାଁର ବୃଦ୍ଧ ଗୈାରାଙ୍ଗ ରାଉତଙ୍କୁ ସେଇ ଗାଁର ନରେନ୍ଦ୍ର ସାହୁଙ୍କ ଛେଳି କୁ ମାରିଦେଇଥିବା ସନ୍ଦେହ କରି, ନରେନ୍ଦ୍ର ସାହୁଙ୍କ ସମର୍ଥକ ମାନେ ଗୈାରାଙ୍ଗକୁ ନିଜ ଘରୁ ଟାଣି ଆଣି ନିସ୍ତୁକ ପିଟି ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧିଥିଲେ । ଏଠି ପ୍ରଶ୍ନ ଉଠୁଛି ଛେଳି ଟିକୁ କିଏ ମାରିଲା ଆଉ କଣ ପାଁଇ ମାରିଲା ଆଉ ଛେଳିଟି କେମିତି ମଲା, ଛେଳିକୁ କିଏ ମାରିଲା ପୋଲିସ ତଦନ୍ତ କଲେ ପୁରା ଘଟଣାର ସତ୍ୟତା ଜଣାପଡିବ ବୋଲି ନରେନ୍ଦ୍ରଙ୍କ ପରିବାର ଦାବି କରିଛନ୍ତି ।

ସୂଚନା ଥାଉ କି ଗୌରାଙ୍ଗ ଏବଂ ନରେନ୍ଦ୍ର ଭିତରେ ଆଗରୁ ଗଣ୍ଡଗୋଳ ଏବଂ ମାର ପିଟି ହୋଇ ଥାନା ଫାଣ୍ଡି ମଧ୍ୟ ହୋଇଛି ଏବଂ ସ୍ଥାନୀୟ କିଛି ସାସକ ଦଳ ବଡ ବଡ ନେତା ମଧ୍ୟ ଏହି କାଣ୍ଡ ଭିଆଇଛନ୍ତି ଓ ଇନ୍ଦିରା ଆବାସ ଯୋଜନା କରିଦେବା କହି ସ୍ଥାନୀୟ ଶାସକ ଦଳ ଜଣେ ନେତା ଗୌରାଙ୍ଗ ଠାରୁ ୫,୦୦୦ ଟଙ୍କା ନେଇଥିଲେ ଗୌରାଙ୍ଗ ସେହି ଟଙ୍କା ମାଗିବାରୁ ଗୌରାଙ୍ଗକୁ ଜଲ୍ଦୀ ଦେଖିଦେବା ଓ ସେହି ଦଳୀୟ ନେତାଙ୍କ ପ୍ରରଚାନାରେ ଏଭଳି କାଣ୍ଡ ଭିଆଇ ଥିବା ଗୌରାଙ୍ଗ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।

କିନ୍ତୁ ପୋଲିସ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠନ ନେଇ ନ ଥିବା ଜଣାଜାଏ । ଦୁଇ ଜଣଙ୍କ ଏତଲାକୁ ଭିତ୍ତି କରି କେବଳ ଉଭୟଙ୍କ ପକ୍ଷରୁ ପୃଥକ୍ ପୃଥକ୍ ମାମଲା ମାହାଙ୍ଗା ଥାନାରେ ରୁଜ୍ଜୁ କରି ପ୍ରାୟ ୪୮ ଘଣ୍ଟାରୁ ଉର୍ଦ୍ଧ ସମୟ ବିତି ଯାଇ ଯାଇଥିଲେ ସୁଦ୍ଧା ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍ୟ । ଖାଲି ଉଭୟ ପକ୍ଷର ଅଭିଯୋଗକୁ ନେଇ ମାହାଙ୍ଗା ଥାନା କେସ୍ ନମ୍ବର ୧୨୮ ଓ ୧୨୯/୨୦୨୧ ରେ ମାମଲା ରୁଜୁ କରିଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି ଆମେ ଶୁଣିଥିଲେ ଏବଂ ଟିଭିରେ ଦେଖିଥିଲେ ମାଓବାଦୀ ମାନେ ପ୍ରଜାକୋର୍ଟ ବସେଇ ଥାଆନ୍ତି । କିନ୍ତୁ ବର୍ତମାନ ସେହିଭଳି ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳୁଛି ଖୋଦ୍ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଯାହାକୁ ନେଇ ବୁଦ୍ଧି ଯିବି ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି ।

Comments are closed.