ଗ୍ରାଜୁଆଲ ଅନଲକ୍ ଆମ ପାଇଁ ଭଲ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

66

ଭୁବନେଶ୍ୱର : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗ୍ରାଜୁଆଲ ଅନଲକ୍ ଆମ ପାଇଁ ଭଲ । ୫% ରୁ କମ୍ ସଂକ୍ରମଣ ଥିବା ଜିଲ୍ଲାରେ କଟକଣା କୋହଳ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଅନ୍ୟ ରାଜ୍ୟମାନେ ଏହି ପନ୍ଥା ଅବଲମ୍ବନ କରିଛନ୍ତି । କିଛି କଟକଣା କୋହଳ ହେବ । କିଛି କଟକଣା ପୂର୍ବ ପରି ବଳବତର ରହିବ ।

ଅନଲକ୍ ପାଇଁ ସରକାର ସବୁ ଦିଗରୁ ବିଚାରବିମର୍ଶ କରି ନିଷ୍ପତି ନେଉଛନ୍ତି । ସମସ୍ତ ଜିଲ୍ଲା ଗୁଡ଼ିକୁ ତିନୋଟି ଜୋନରେ ବିଭକ୍ତ କରାଯାଇ ଆମେ ସ୍ଥିତି ଉପରେ ନଜର ରଖିଛୁ । ଜୁନ୍‌୧୭ ତାରିଖ ପରେ କ’ଣ ହେବ ସେ ନେଇ ଖୁବ୍ ଶୀଘ୍ର ବୈଠକରେ ନିଷ୍ପତି ନିଆଯିବ । କଟକ, ଅନୁଗୁଳ, ଖୋର୍ଦ୍ଧା, ଯାଜପୁର ଭଳି କିଛି ଜିଲ୍ଲାରେ ଏବେ ସଂକ୍ରମଣ ହାର କମୁଛି । ମୃତ୍ୟୁ ସଂଖ୍ୟା ବଢିବାର ଦୁଇଟି କାରଣ ରହିଛି । ପୂର୍ବ କେସ ଲୋଡ଼ ଏବଂ ବର୍ତମାନ କିଛି ଲୋକ ଗୁରୁତର ଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର ।

Comments are closed.