ସୀମାନ୍ତରେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି

68

ମାଲକାନଗିରି : ମାଲକାନଗିରି ଜିଲ୍ଲା  ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାର ଗଙ୍ଗାଲୁର କ୍ଷେତ୍ର କମିଟିର ମାଓଦମ୍ପତି ମାଓସଂଗଠନରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନ ଯାପନ କରିବା ପାଇଁ  ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟରେ ଚାଲିଥିବା ମାଓବାଦୀଙ୍କ ଆତ୍ମସମର୍ପଣ ନୀତିର ବ୍ୟାପକ ପ୍ରଚାର ହେତୁ ଗଙ୍ଗାଲୁର ଏରିଆ କମିଟିର ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ କରିଥିବା ଦମ୍ପତି ହେଲେ  କୋରସା ଅନୀତା ସ୍ୱାମୀ କୋରସା ଲାଚୁ  ଅଟେ । ଏମାନଙ୍କ ଘର କାଣ୍ଡକାପରା  ପୋଲିସ ଷ୍ଟେସନ ନାଇମଡ ଗ୍ରାମରେ । ପୋଲିସ୍ ଅଧୀକ୍ଷକ ବିଜାପୁର  କମଲଲୋଚନ କଶ୍ୟପ, ଅତିରିକ୍ତ ପୋଲିସ ଅଧୀକ୍ଷକ ଡକ୍ଟର ପଙ୍କଜ ଶୁକ୍ଲା, ଡେପୁଟି ପୋଲିସ୍ ଅଧୀକ୍ଷକ  ଆଶିଷ କୁଞ୍ଜାମଙ୍କ ସମ୍ମୁଖ ରେ  ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଥିଲେ । କୋରସା ଲାଚୁ ବୟସ ୩୨ ବର୍ଷ (ଜାପେଲି କାଣ୍ଡକାପାରା ମିଲିସିଆ ପ୍ଲାଟୁନ୍ ସେକ୍ସନ୍ କମାଣ୍ଡର) ମାଓବାଦୀ ସଂଗଠନରେ ସେ ୨୦୦୨  ମସିହାରେ ଗଙ୍ଗାଲୁରର ସିଏନ୍ଏସ୍ ସଭାପତି ଦୀନେଶ ମୋଡିୟାମ୍ ଦ୍ୱାରା ସିଏନ୍ଏମ୍ ସଦସ୍ୟ ଭାବରେ ସଂଗଠନରେ ସାମିଲ ହୋଇଥିଲା ।

୨୦୦୮  ରେ ସଂଗଠନର ଅନୀତା ହାପକାଙ୍କୁ ବିବାହ କରିଥିଲେ । ୨୦୧୯  ରେ ମିଲିସିଆ ପ୍ଲାଟୁନ୍ ସେକ୍ସନ୍ କମାଣ୍ଡର ପଦରେ କୋରସା ଲାଚୁଙ୍କୁ ପଦୋନ୍ନତି କରାଯାଇଥିଲା । ସେ ୨୦୦୫ ମସିହାରେ, ସଡକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟର ଅଗ୍ନିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିଲେ। ନାଇମେଣ୍ଡ ବଜାରରେ  କନଷ୍ଟେବଳ ତେଲାମ ମାରୁମଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା  କୋରସା ଅନୀତା ବୟସ ୨୯ ବର୍ଷ ସେ କେ.ଏ.ଏମ.ଏସ ସଦସ୍ୟ ଭାବେ  ମାଓବାଦୀ ସଂଗଠନରେ୨୦୦ ୩  ମସିହାରେ, ଗ୍ରାମ ନାଇମଡ଼ ମିଲିସିଆ କମାଣ୍ଡର ରମେଶ ପୁନେମଙ୍କ ଦ୍ୱାରା ଘୁମରାର ବାଲ ସଙ୍ଗମ ପଦରେ ସଂଗଠନରେ ଅନ୍ତର୍ଭୁକ୍ତ ହୋଇଥିଲେ ।

ଗାଁ ଗାଁ ରେ ମହିଳା ସଂଗଠନ ଗଠନ କରିବା ସହିତ ଯୁବତୀ ଓ  ମହିଳାମାନଙ୍କୁ ସଂଗଠନରେ  ସଂଯୋଗ କରିବା ପାଇଁ କାର୍ଯ୍ୟ କରିଥିଲେ । ଉକ୍ତ ମାଓବାଦୀମାନେ ସଂଗଠନରେ ଥିବା ମାଓବାଦୀଙ୍କ ଆଦର୍ଶ, ଜୀବନଶୈଳୀ ଏବଂ ଭେଦଭାବପୂର୍ଣ୍ଣ ଆଚରଣରେ ଅସନ୍ତୁଷ୍ଟ ହୋଇ ସୁଖମୟ ଜୀବନ ପାଇଁ ଭାରତର ସମ୍ବିଧାନରେ ବିଶ୍ୱାସ କରି ଛତିଶଗଡ ସରକାରଙ୍କ ଆତ୍ମସମର୍ପଣ ନୀତି ଦ୍ୱାରା ପ୍ରଭାବିତ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ଉପରେ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅନୁଯାୟୀ ସେମାନଙ୍କୁ ଦଶ ହଜାର ଟଙ୍କା ନଗଦ ପ୍ରୋତ୍ସାହନ ଦିଆଯାଇଥିଲା ।

Comments are closed.