ସରକାରୀ ଯୋଜନା ଭତ୍ତାରୁ ବଞ୍ଚିତ ସନୁ ଖରା

78

ବୈପାରିଗୁଡା : ସରକାରଙ୍କ ବିଭିନ୍ନ ପ୍ରକାରର ଭତ୍ତା ଯୋଜନା ରହିଛି । ୬୦ ବର୍ଷ ବୟସର ବୃଦ୍ଧବୃଦ୍ଧାମାନଙ୍କୁ ୫ଶହ ଟଙ୍କା ଏବଂ ୭୦ ବର୍ଷ ବୟସ୍କ ମାନଙ୍କ ପାଇଁ ୭ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ରହିଛି । ପ୍ରଶାସନିକ ଅଧିକାରୀଙ୍କ ଅବହେଲା ଯୋଗୁଁ ୮୧ ବର୍ଷ ବୟସ ହୋଇଥିଲେ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡ଼ା ପଞ୍ଚାୟତର କାନ୍ଦୁଲିବେଡା ସ୍ଥିତ ରଣାଗୁଡା ଗ୍ରାମର ସନୁ ଖରା ।

ସନୁଙ୍କୁ ଏବେ ଆଧାର କାର୍ଡରେ ୮୧ବର୍ଷ ରୁ ଉର୍ଦ୍ଧ୍ବ ହୋଇଥିଲେ ମଧ୍ୟ ବଞ୍ଚିତ ଅଛନ୍ତି ଭତ୍ତା ଯୋଜନାରୁ । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ କାର୍ୟ୍ୟାଳୟ ପର୍ଯ୍ୟନ୍ତ ସବୁଠି ଆବେଦନ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ଭତ୍ତା ପାଇନାହାନ୍ତି । ଯଥାଶୀଘ୍ର ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସନୁ ଖରାଙ୍କୁ ଭତ୍ତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

Comments are closed.