ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ

74

କୋଲକାତା :ପଶ୍ଚିମବଙ୍ଗ ପୋଲିସ ସୋମବାର ହଳଦିଆରୁ ଦୁଇଟି ଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଗୋଟିଏ ସେମି ଅଟୋମେଟିକ୍ ଅସ୍ତ୍ରଶସ୍ତ୍ର ସହିତ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିଛି । ଏହି ଦୁଇ ସହଯୋଗୀମାନେ ହେଲେ ଅରମାନ ଭୋଳୋ ଏବଂ ଅରୁଣାଭା କୁଇଟି । ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ଅଫୁଟା ଗୁଳି ମଧ୍ୟ ଜବତ କରିଛି ।

ଅନ୍ୟପକ୍ଷରେ ରାଜ୍ୟସଭାରେ ବିଜେପି ନେତା ତଥା ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ମତଦାନ ପରେ ହୋଇଥିବା ହିଂସାକୁ ନେଇ ଦଳର ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ଏହାପୂର୍ବରୁ ସେ ସୂଚନା ଦେଇଥିଲେ ଯେ, ଦଳର ବିଧାୟକଙ୍କ ଏକ ପ୍ରତିନିଧି ଦଳ ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଟୁଇଟରରେ ସେ ଲେଖିଥିଲେ ଯେ, ବିଜେପି ବିଧାୟକଙ୍କ ଏକ ବଡ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟି ବଙ୍ଗଳାରେ ଘଟୁଥିବା ଅନେକ ଅନୁପଯୁକ୍ତ ଘଟଣା ସମ୍ପର୍କରେ ଅବଗତ କରାଇବେ ଏବଂ କୋଲକାତାର ରାଜଭବନରେ ଏନେଇ ଆଲୋଚନା ହେବ । ଅଧିକାରୀ ଚଳିତ ମାସରେ ଦ୍ୱିତୀୟଥର ପାଇଁ ରାଜ୍ୟପାଳଙ୍କୁ ଭେଟିବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ପରର ହିଂସା ବିଷୟରେ ଅବଗତ କରାଇଥିଲେ ।

Comments are closed.