ଭୁବନେଶ୍ୱରରେ ସାଇବର ଅପରାଧୀ ସକ୍ରିୟ

80

-ହନିଟ୍ରାପ୍ ରେ ଶିକ୍ଷକ

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଣି ମାତିଛନ୍ତି ସାଇବର ଅପରାଧୀ । ଏଥର ହନିଟ୍ରାପ୍ ରେ ଜଣେ ଶିକ୍ଷକ ପଡ଼ିଛନ୍ତି । ଲୁଟ୍ ର ଶିକାର ଯୁବକଜଣ ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ । ନଗ୍ନଫଟୋ ଓ ଶାରୀରିକ ସମ୍ପର୍କର ଲୋଭ ଦେଖାଇ ଶିକ୍ଷକଙ୍କଠାରୁ ତିନୋଟି ପର୍ଯ୍ୟାୟରେ ୬୦ ହଜାର ଟଙ୍କା ଲୁଟିନେଇଛନ୍ତି । କିଛିଦିନ ଦଳେ ଜଣେ ଯୁବତୀଙ୍କ ସହ ଫେସ୍ବୁକ୍ ରେ ତାଙ୍କର ବନ୍ଧୁତା ହୋଇଥିଲା । ଏପରିକି ମଝିରେ ମଝିରେ ଯୁବତୀ ଜଣକ ଚାଟିଂ ଓ ଭିଡିଓ କଲ୍ ମଧ୍ୟ କରୁଥିଲେ ।

ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାରୁ ଯୁବତୀ ଜଣକ ତାଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରଲୋଭନ ଦେଖାଇଥିଲେ । ସେ ଯୁବକଙ୍କ ଠାରୁ ତିନୋଟି ପର୍ଯ୍ୟାୟରେ ୬୦ ହଜାର ଟଙ୍କା ନେବା ପରେ ଉକ୍ତ ଫେସ୍ବୁକ୍ ଆକାଉଣ୍ଟକୁ ଡିଲିଟ୍ କରି ଦେଇଥିଲେ । ଯୁବତୀଙ୍କ ସହ ଯୋଗାଯୋଗର ସବୁ ବାଟ ବନ୍ଦ ହୋଇଯାଇଥିଲା । ଠାକାମୀର ଶିକାର ହୋଇଥିବା ଜାଣିବା ପରେ ଯୁବକ ଜଣକ ଚନ୍ଦ୍ରଶେଖପୁର ଥାନା ପୋଲିସରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Comments are closed.