ଆଜି ମାଟ୍ରିିକ୍ ରେଜଲ୍ଟ

80

କଟକ : ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏହାସହ ଷ୍ଟେଟ୍ ଓପନ୍ ସ୍କୁଲ୍ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । କଟକ ବିଏସ୍ଇ ମୁଖ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । ସନ୍ଧ୍ୟା ୬ଟା ପରେ ୱେବସାଇଟ୍ରେ ରେଜଲ୍ଟ ଉପଲ୍ଲବ୍ଧ ହେବ । ଛାତ୍ରଛାତ୍ରୀ www.bseodisha.ac.in ଓ www.bseodisha.nic.in ୱେବସ।ଇଟ୍ ରେ ରେଜଲ୍ଟ ଚେକ୍ କରିପାରିବେ । ଯଦି ଇଣ୍ଟରନେଟ୍ ସୁବିଧା ନଥାଏ ତା’ହେଲେ ଛାତ୍ରଛାତ୍ରୀ ଏସ୍ଏମ୍ଏସ୍ କରି ରେଜଲ୍ଟ ଜାଣିପାରିବେ । ଓଆର୦୧ ରୋଲ ନଂ ଲେଖି ୫୬୭୬୭୫୦କୁ ଏସ୍ଏମ୍ଏସ୍ କଲେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ ।

ଜୁନ୍ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ବୋଲି କିଛିଦିନ ପୂର୍ବେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ । ମାଟ୍ରିକ୍ ରେଜଲ୍ଟ ବାହାରିବା ନେଇ ସେ କହିଥିଲେ ଯେ, ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି । ମାଟ୍ରିକ୍ ରେଜଲ୍ଟ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ଗତ ମାସରେ ବୋର୍ଡ ଅନୁମୋଦନ କରିଥିଲା । ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନ ହେବ ବୋଲି କୁହାଯାଇଥିଲା । ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତି ଅନୁସାରେ ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ । ସେହିଭଳି ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷାରେ ପିଲା ରଖିଥିବା ମାର୍କକୁ ମଧ୍ୟ ବି·ରକୁ ନିଆଯିବ । ନବମର ୪୦ ପ୍ରତିଶତ ମାର୍କକୁ ଗୁରୁତ୍ୱ ଦିଆଯିବ ।

Comments are closed.