ମହାମାରି କରୋନାର ତାଣ୍ଡବ ପାଇଁ ବିନା ଭକ୍ତରେ ନେମାଳ ଅଚ୍ୟୁତାନନ୍ଦଙ୍କ ପୀଠରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

66

ନିଶ୍ଚିନ୍ତକୋଇଲି : ମହାମାରି କରୋନାର ତାଣ୍ଡବ ପାଇଁ ବିନା ଭକ୍ତରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମାଳିକା ପ୍ରସିଦ୍ଧ ନେମାଳ ଅଚ୍ୟୁତାନନ୍ଦ ପୀଠରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ପ୍ରଶାସନ ପକ୍ଷରୁ ପୀଠରେ ଲଗୁ ହୋଇଛି ୧୪୪ ଧାରା । ଶ୍ରଦ୍ଧାଳୁଙ୍କ ପାଇଁ ପୀଠକୁ ପ୍ରବେଶ ନିଷେଧ ଥିବାବେଳେ କେବଳ ସେବାୟତଙ୍କୁ ନେଇ ଚାଲିଛି ନିତିକାନ୍ତି । ଆଜି ହେଉଛି ପବିତ୍ର ଦେବସ୍ତାନ ପୂର୍ଣ୍ଣିମା ଏହି ଦିନ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ତିରୋଧାନ ଉତ୍ସବ ଏହିଠାରେ ମହା ସମାରୋହରେ ପାଳିତ ହୋଇଥାଏ ।

ପ୍ରତିବର୍ଷ ୪ ଦିନ ଧରି ଉତ୍ସବ ଅବସରରେ ଏଠାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ସହ ରାଜ୍ୟ ଏବଂ ରାଜ୍ୟ ବାହାରୁ ସାଧୁସନ୍ଥଙ୍କ ଭିଡ଼ ହୋଇଥାଏ । କିନ୍ତୁ କୋଭିଡ କଟକଣା ହେତୁ ଚଳିତ ବର୍ଷ ଏହି ଉତ୍ସବ ପାଇଁ ତହସିଲ ପ୍ରଶାସନ ପକ୍ଷରୁ ୪ ଦିନ ପାଇଁ ପୀଠ ପରିସରରେ ୧୪୪ ଧାରା ଜାରି କରାଯିବା ସହ ଭକ୍ତ ମାନଙ୍କ ପ୍ରବେଶ ନିଷେଧ ନିମନ୍ତେ ବାରିକେଡ କରାଯାଇ ପୋଲିସ ମୁତୟନ କରାଯାଇଛି । ସେବାୟତଙ୍କୁ ନେଇ ଯଥା ରିତି ନିତିରେ ପୂଜାକାର୍ଯ୍ୟ ଚାଲିଛି । ତେବେ ଘରେ ସୁରକ୍ଷିତ ରହି ଭକ୍ତମାନେ ମହାମାରୀ କରୋନା ଦୁରିଭୁତ ହେବା ପାଇଁ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କୁ ପ୍ରାର୍ଥନା କରିଛନ୍ତି ।

Comments are closed.