୭ ଆଇପିଏସ୍ ଙ୍କୁ ନୂଆ ଦାୟିତ୍ୱ : ଯଶୱନ୍ତ ଜେଠ୍ୱା ଭିଜିଲାନ୍ସ ନିର୍ଦ୍ଦେଶକ

76

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବରିଷ୍ଠ ଆଇପିଏସ୍ ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା । ବରିଷ୍ଠ ଆଇପିଏଏସ୍ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବେ ନୂଆ ଦାୟିତ୍ୱ ମିଳିଛି । ଲଲିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେନିଯୁକ୍ତି ମିଳିଥିବା ବେଳେ ଆର.କେ ଶର୍ମାଙ୍କୁ ଆଇନ ଶୃଙ୍ଖଳା ଏଡିଜି ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ଅସିତ୍ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ଅରୁଣ ବୋଥ୍ରା ପରିବହନ କମିସନ ଭାବେ ଦାୟିତ୍ୱ ତୁଲାଇବେ । ସଂଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ଏଡିଜି ଦାୟିତ୍ୱ ମିଳିଥିବା ବେଳେ ତାଙ୍କ ହାତରେ ଅତିରିକ୍ତ ପୋଲିସ ଗୃହନିର୍ମାଣ ଦାୟିତ୍ୱ ରହିବ ।

Comments are closed.