ଗଜପତି ଜିଲ୍ଲାର ବିଜେଡ଼ି ମହିଳା ସଭାନେତ୍ରୀ ଭାବେ ବରିଷ୍ଠ ଆଦିବାସୀ ନେତ୍ରୀ ପୂର୍ଣ୍ଣବାସୀ ନାୟକ ମନୋନୀତ

83

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ବିଜେଡି ଦଳର ମହିଳା ସଭାନେତ୍ରୀ ଭାବେ ବରିଷ୍ଠ ଆଦିବାସୀ ମହିଳା ନେତ୍ରୀ ଶ୍ରୀମତୀ ପୁର୍ଣ୍ଣବାସୀ ନାୟକଙ୍କୁମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମନୋନୀତ କରିଥିବା ଆଜି ଦଳ ପକ୍ଷରୁ ଜାରୀ କରଯାଇଥିବା ପ୍ରେସ ଇସ୍ତାହାରରୁ ଜଣାପଡିଛି । ଶ୍ରୀମତି ନାୟକ ଏହା ପୁର୍ବରୁ ରାୟଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ଥରେ ସରପଞ୍ଚ, ଦୁଇଥର ସମିତି ସଭ୍ୟା ଓ ଥରେ ରାୟଗଡ଼ ବ୍ଲକର ଅଧକ୍ଷା ମଧ୍ୟ ଥିଲେ । ଗତ ବିଧାସଭା ନିର୍ବାଚନରେ ବିଜେଡି ଦଳର ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ପାର୍ଥି ଭାବେ ଶ୍ରୀମତୀ ପୁର୍ଣ୍ଣବାସୀ ନାୟକ ପ୍ରତିଦ୍ୱନ୍ଦିତା କରି ଖୁବ କମ ଭୋଟ ବ୍ୟବଧାନରେ କଂଗ୍ରେସ ଦଳର ପ୍ରାର୍ଥୀ ଦାଶରଥି ଗମାଙ୍ଗଙ୍କ ଠାରୁ ପରାଜିତ ହୋଇଥିଲେ ।

ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଜଣେ ବରିଷ୍ଠ ଆଦିବାସୀ ମହିଳାଙ୍କୁ ଗଜପତି ଜିଲ୍ଳାର ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଥିବାରୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ବିଜେଡି ସଭପତି ପ୍ରଦୀପ ନାୟକ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏସ. ଲିଙ୍ଗରାଜ, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ବିଶ୍ବଜିତ ତ୍ରିପାଠୀ, ନଗର ବିଜେଡ଼ି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଛା, ସାଂସଦ ପ୍ରତିନିଧି ବିମଳ ଦଳେଇ ପ୍ରମୁଖ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା
ସହ ନୂତନ ଭାବେ ନିଯୁକ୍ତି ପାଇଥିବା ବିଜେଡ଼ି ଦଳର ଗଜପତି ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୁର୍ଣ୍ଣ ବାସୀ ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.