ଅମାନିଆଙ୍କୁ ପୋଲିସ ଛାଟ

86

-ରାଜଧାନୀରେ ଜୋରଦାର ପୋଲିସ ଚେକିଂ
-ମନ୍ଦିରରେ ଶ୍ରଦ୍ଧାଳୁଙ୍କଠୁ ଫାଇନ୍
-ପୋଲିସକୁ ଦେଖି ବାଇକ୍ ଛାଡ଼ି ଚାଳକ ଛୁ’

ଭୁବନେଶ୍ୱର : କରୋନା କଟକଣା ଚାଲିଥିବା ବେଳେ କିନ୍ତୁ କିଛି ଅମାନିଆଙ୍କ ପାଇଁ ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଇଚାଲିଛି । ଆଉ ଏମାନଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ପୋଲିସ ଏବେ ଅଣ୍ଟା ଭିଡ଼ିଛି । ରାଜଧାନୀରେ ସପ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଶନିବାର ସକାଳୁ ସକାଳୁ କମିଶନରେଟ୍ ପୋଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଇଛି । ଚିନ୍ତାମଣୀଶ୍ୱର ମନ୍ଦିରର ଭକ୍ତଙ୍କୁ ତାଗିଦ କରିବା ସହ ଜରିମନା ଆଦାୟ କରିଛି ପୋଲିସ ।

ସକାଳୁ ସକାଳୁ ମନ୍ଦିର ଖୋଲା ହୋଇଥିବାରୁ ଭକ୍ତମାନେ ମନ୍ଦିର ଭିତରେ ପ୍ରବେଶ କରିଥିଲେ । ଚେକିଂ ବେଳେ କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । କେବଳ ଏତିକି ନୁହେଁ ଆଉ ମିଠା ଦୋକାନ ଉପରେ ମଧ୍ୟ ପୋଲିସ ଚଢ଼ାଉ କରିଛି । ସଟଡାଉନରେ ଦୋକାନ ଖୋଲି ଜଣେ ବ୍ୟବସାୟୀ ବିକ୍ରି କରୁଥିବା ବେଳେ ଜୋରିମନା ସହ ଦୋକାନ ସିଲ୍ କରିଛି ପୋଲିସ । ସେହିପରି ବିଜେବି ନଗରରେ ଅମାନିଆମାନେ ବୁଲୁଥିବା ଦେଖି ପୋଲିସ ସେମାନଙ୍କୁ ଗୋଡାଇଥିଲା । ପୋଲିସକୁ ଦେଖି ବାଇକ୍ ଛାଡି ସମସ୍ତେ ଦୌଡି ପଳାଇଥିଲେ । ବାଇକକୁ ଜବତ କରିଛି ପୋଲିସ ।

Comments are closed.