ରାସ୍ତା କାମ ବେଳେ ମାଟି ଅତଡ଼ା ଧସିବା ଘଟଣା : ଦୁଇ ମୃତ, ୩ ଆହତ

76

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ଘୋଡ଼ାହାଡ ଡ଼୍ୟାମ ନିକଟ ଫାଶିଗୁଡା ଠାରେ ଗତକାଲି ରାସ୍ତା ନିର୍ମାଣ ବେଳେ ମାଟି ଅତଡ଼ା ଧସି ୫ ଜଣ ଶ୍ରମିକ ଆହତ ହୋଇଥିଲେ । ସେମାନଙ୍କୁ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗର ସହାୟତାରେ ମାଟି ତଳୁ ଉଦ୍ଧାର କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ବ୍ରହ୍ମପୁର ଡ଼ାକ୍ତରଖାନାରେ ସତ୍ୟ ନାୟକ (୨୨), ଅଞ୍ଜଳି ନାୟକ (୪୦) ଓ ସୂର୍ଯ୍ୟ ବିଷୋୟୀ (୨୮) ଚିକିତ୍ସିତ ହେଉଥିବା ବେଳେ ଗୁରୁତର ଅସୁସ୍ଥ ହୋଇଥିବା ଦୁଇ ମହିଳା ଶ୍ରମିକ ଯମୁନା ନାୟକ (୨୦) ଓ ବର୍ଷା ନାୟକ (୧୯) ପ୍ରାଣ ହରାଇଥିବା ଜଣାପଡିଛି । ମୃତକ ଦ୍ୱୟଙ୍କ ଶବ ଆଜି ବ୍ରହ୍ମପୁର ଡ଼ାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତାହତ ମାନେ ସମସ୍ତେ ଫାଶିଗୁଡ଼ା ଗ୍ରାମର ବୋଲି ଜଣାପଡିଛି । 

Comments are closed.